www.samajalive.in
Monday, December 15, 2025
17.1 C
Bhubaneswar

ବାଗ୍ଗାଙ୍କୁ ନେଇ ଦିଲ୍ଲୀ ଓ ପଞ୍ଜାବରେ ମହାନାଟକ

-କେଜରିୱାଲଙ୍କ ଘର ସାମ୍ନାରେ ବିଜେପିର ବିକ୍ଷୋଭ, -ପଞ୍ଜାବ ହାଇକୋର୍ଟରେ ୨ ମାମଲା, ମଙ୍ଗଳବାର ଶୁଣାଣି

ନୂଆଦିଲ୍ଲୀ : ତେଜିନ୍ଦର ପାଲ ସିଂହ ବାଗ୍ଗାଙ୍କ ଗିରଫ ମାମଲା ଶନିବାର ଆହୁରି ନାଟକୀୟ ​ମୋଡ଼ ନେଇଛି। ଏହି ଘଟଣା ନେଇ ବିଜେପି ଓ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମଧ୍ୟରେ ଯୁଦ୍ଧ ଜୋର୍‌ ଧରିଥିବାବେଳେ ବାଗ୍ଗା ଘରକୁ ଫେରିଛନ୍ତି। ଅପରପକ୍ଷରେ ଦିଲ୍ଲୀ ବିଜେପି ଶିଖ୍‌ ଶାଖା ପକ୍ଷରୁ ଶନିବାର ଆପ୍‌ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା, ମନ୍‌ଜିନ୍ଦର ସିଂହ ସିର୍ସା ଓ ଯୁବମୋର୍ଚ୍ଚା ସଭାପତି ତେଜସ୍ବୀ ସୂର୍ଯ୍ୟଙ୍କ ନେତୃତ୍ବରେ ଏହି ବିକ୍ଷୋଭ କରାଯାଇଥିବାବେଳେ ପୁଲିସ ପ୍ରାୟ ୭୦ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି। ବିକ୍ଷୋଭରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ବିକ୍ଷୋଭରେ ସାମିଲ ହୋଇଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପାଇଁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଘୋଷଣା କରାଯାଇଛି। ବାଗ୍ଗା ନିଜେ କେଜରିୱାଲଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବେ ବୋଲି ମଧ୍ୟ ଘୋଷଣା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇ ନାହିଁ। ବିଜେପି ନେତାମାନେ ବାଗ୍ଗାଙ୍କୁ ତାଙ୍କ ଘରେ ସାକ୍ଷାତ୍‌ କରିଥିବାବେଳେ କେଜରିୱାଲଙ୍କୁ ସ୍ବେଚ୍ଛାଚାରୀ ଦର୍ଶାଇଛନ୍ତି। ଏହାର ଜବାବରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଦଳୀୟ ନେତ୍ରୀ ଅତିସି ସିଂହ ବିଜେପି ଗୁଣ୍ଡାଗିରି ଚଳାଇଥିବା ଅଭିଯୋଗ କରିଛନ୍ତି।
ପଞ୍ଜାବ ପୁଲିସ ବିରୋଧରେ ଦିଲ୍ଲୀ ପୁଲିସ ଅପହରଣ ମାମଲା ରୁଜୁ କରିଥିବାବେଳେ ପଞ୍ଜାବ ସରକାର ବାଗ୍ଗାଙ୍କୁ ହାଜତରେ ଭର୍ତ୍ତି ଉଦ୍ଦେଶ୍ୟରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଦୁଇଟି ଆବେଦନ କରିଛନ୍ତି। ଗୋଟିକରେ ଦିଲ୍ଲୀ ଓ ହରିୟାଣା ପୁଲିସକୁ ମାମଲାରେ ଅନ୍ତର୍ଭୁକ୍ତ କରିବା ପାଇଁ ନିବେଦନ କରାଯାଇଛି। ଅନ୍ୟ ଆବେଦନରେ ହରିୟାଣା ପୁଲିସ ବାଗ୍ଗାଙ୍କୁ ନେଇଯିବାବଳର ସିସିଟିଭି ଚିତ୍ର ଯାଞ୍ଚ ପାଇଁ ନିବେଦନ କରାଯାଇଛି। ଏହାର ଶୁଣାଣି ମଙ୍ଗଳବାରକୁ ଧାର୍ଯ୍ୟ ହୋଇଛି। ଅନ୍ୟ ଏକ ମାମଲାରେ ପଞ୍ଜାବର ମୋହାଲିସ୍ଥିତ ଅଦାଲତ ବାଗ୍ଗାଙ୍କ ବିରୋଧରେ ସାନି ଗିରଫ ପରୱାନା ଜାରି କରିଛନ୍ତି। ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେବା ଅଭିଯୋଗରେ ଦାୟର ଏହି ମାମଲାରେ ବାଗ୍ଗାଙ୍କୁ ତୁରନ୍ତ ଗିରଫ କରି ଅଦାଲତରେ ହାଜର କରାଇବାକୁ ବିଚାରପତି ପୁଲିସକୁ ନିର୍ଦେଶ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories