www.samajalive.in
Monday, December 15, 2025
15.1 C
Bhubaneswar

ରାଜଧାନୀ ପ୍ରବେଶ ପଥରେ ପୁଲିସର ‘ଚେକ୍ କ୍ରାଇମ’

ଚନ୍ଦ୍ରଶେଖରପୁର : ଅପରାଧ ନିୟନ୍ତ୍ରଣ ପାଇଁ କମିସନରେଟ ପୁଲିସ ପକ୍ଷରୁ ରାଜଧାନୀର ପ୍ରବେଶ ପଥର ଚାରିପଟୁ ବାରିକେଟ ଦେଇ ‘ଚେକ୍ କ୍ରାଇମ’ ଆରମ୍ଭ ହୋଇଛି । ଏହା ଦ୍ୱାରା ଅପରାଧିମାନେ ମନଇଛା ରାତିରେ ବୁଲିବା, ମଦ୍ୟପମାନେ ନିଶା ଖାଇ ଗାଡ଼ି ଚଳାଇବା ଆଦି ବିଭିନ୍ନ କ୍ଷେତ୍ରରେ ରୋକ ଲାଗିବା ସହିତ ଭୋର ୪ଟା ପର୍ଯ୍ୟନ୍ତ ଏଭଳି ବ୍ଲକିଂଚେକିଂ ଚାଲୁ ରହିବ ବୋଲି ଅତିରିକ୍ତ ଡ଼ିସିପି କିଶୋର ପାଣିଗ୍ରାହୀ କହିଛନ୍ତି।
ମୁଖ୍ୟତଃ କମିସନରେଟ ପୁଲିସ ଜୋନ-୬ ଏସିପି ରମେଶ ଚନ୍ଦ୍ର ବିଶୋଇଙ୍କ ତତ୍ୱବଧାନରେ ୪ଟି ଥାନା ଚନ୍ଦ୍ରଶେଖରପୁର, ଇନ୍ଫୋସିଟି, ନନ୍ଦନକାନନ, ଚନ୍ଦକା ପୁଲିସ ମିଳିତ ଭାବେ କଟକ-ଭୁବନେଶ୍ୱରର ସମସ୍ତ ପ୍ରବେଶ ପଥକୁ ବାରିକେଟ ଦ୍ୱାରା ବନ୍ଦକରି ଏକାଧିକ ଛକରେ ବ୍ଲକିଂଚେକିଂ ସହିତ ମଦ୍ୟପ ଗାଡ଼ି ଚାଳକଙ୍କୁ କଡ଼ାକଡ଼ି ଯାଂଚ କରାଯାଉଛି । କେବଳ ସେତିକି ନୁହେଁ ବିନା ହେଲମେଟରେ ଗାଡ଼ି ଚଳାଇବା, ଗାଡ଼ିର କାଗଜପତ୍ର ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି। ଏକା ସମୟରେ ଚନ୍ଦ୍ରଶେଖରପୁର ଏକାଧିକ ପ୍ରମୁଖ ଛକରେ ପୃଥକ ଭାବେ ଜୋରଦାର ଯାଞ୍ଚ କରାଯାଉଛି। ଯାହାକି ରାଜଧାନୀରେ ବଢୁଥିବା ଅପରାଧିଙ୍କ କାର୍ଯ୍ୟକଳାପ ଉପରେ ପୁଲିସ ତିକ୍ଷ୍ଣ ନଜର ରଖିବା ଏବଂ ଏହାଦ୍ୱାରା ଅପରାଧ ନିୟନ୍ତ୍ରଣ ହେବା ଆଶା ରଖାଯାଉଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories