www.samajalive.in
Sunday, December 14, 2025
26.1 C
Bhubaneswar

କଲକାତାର ବ୍ୟାଟିଂ ବିଫଳ ; ସହଜ ବିଜୟ ସହ ଶୀର୍ଷରେ ଲକ୍ଷ୍ନୌ

ପୁଣେ : ଚଳିତ ଆଇପିଏଲ୍‌ରେ ୧୧ଶ ମ୍ୟାଚ୍‌ରେ ୮ମ ବିଜୟ ସହ ଟେବୁଲ ଶୀର୍ଷସ୍ଥାନକୁ ଉନ୍ନୀତ ହୋଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ। ଶନିବାର ସନ୍ଧ୍ୟାର ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଧାନ୍ୟ ବିସ୍ତାରକରି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ୭୫ ରନ୍‌ରେ ପରାସ୍ତକରି ଲକ୍ଷ୍ନୌ ପ୍ଲେଅଫ୍‌ ଖେଳିବାର ନିକଟତର ହୋଇଛି। କ୍ବିଣ୍ଟନ୍ ଡି କକ୍ ଓ ଦୀପକ ହୁଡାଙ୍କ ଆକ୍ରମଣାତ୍ମକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ୭ ୱିକେଟରେ ୧୭୬ ରନ୍ କରିଥିଲା। ପରେ କେକେଆର୍‌ର ବ୍ୟାଟିଂ ବିଫଳ ହେବାରୁ ଏହା ୧୪.୩ ଓଭରରେ ୧୦୧ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ୧୧ଶ ମ୍ୟାଚ୍‌ରେ ୭ମ ପରାଜୟ ପରେ କେକେଆର୍‌ର ପ୍ଲେଅଫ୍ ଖେଳିବା ଆଶା କ୍ଷୀଣ ମନେହେଉଛି।
୧୭୭ ରନ୍‌ ଲକ୍ଷ୍ୟରେ କଲକାତା ନାଇଟ୍‌ ରାଇଡର୍ସ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ମାତ୍ର ୨୫ ରନ୍‌ରେ କେକେଆର୍ ୪ଟି ୱିକେଟ ହରାଇଥିଲା। ବାବା ଇନ୍ଦ୍ରଜିତ ବିନା ସ୍କୋର୍‌ରେ ଓ ଅଧିନାୟକ ଶ୍ରେୟାସ ଆୟର ୬ ରନ୍‌କରି ଆଉଟ୍‌ ହୋଇଥିଲେ। ଫର୍ମରେ ନଥିବା ଆରୋନ୍ ଫିଞ୍ଚ୍ ୧୪ ଓ ନୀତୀଶ ରାଣା ୨ ରନ୍‌କରି ବିଦାୟ ନେଇଥିଲେ। ଆ‌େ‌ନ୍ଦ୍ର ରସେଲ୍‌ କ୍ରିଜ୍‌କୁ ଆସିବା ମାତ୍ରେ ଆକ୍ରମଣ କରିଥିଲେ। ହେଲେ ରିଙ୍କୁ ସିଂହ ଏକ ବେପରୁଅା ସଟ୍‌ ଖେଳି ୬ ରନ୍‌କରି ଆଉଟ୍‌ ହୋଇଥିଲେ। ଅଧିକ ସଟ୍‌ ଖେଳିବା ପ୍ରୟାସରେ ରସେଲ୍‌ ଆଉଟ୍‌ ହୋଇଥିଲେ। ରସେଲ୍‌ ୧୯ ବଲ୍‌ରୁ ୫ଟି ଛକା ଓ ୩ଟି ଚୌକା ସହ ୪୫ ରନ୍‌ କରିଥିଲେ। ସୁନୀଲ ନାରାୟଣ ୧୨ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୨ ରନ୍‌ କରିଥିଲେ। ଆଭେସ୍ ଖାଁ ଓ ଜେସନ୍ ହୋଲ୍‌ଡର ୩ଟି ଲେଖାଏଁ ୱିକେଟ ନେଇଥିଲେ।
କେକେଆର୍ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ଅଧିନାୟକ କେ.ଏଲ୍‌. ରାହୁଲ ବଲ୍‌ ନ ଖେଳି ରନ୍‌ଆଉଟ୍‌ ହୋଇଥିଲେ। ୨ୟ ୱିକେଟ ପାଇଁ କ୍ବିଣ୍ଟନ୍ ଡି କକ୍ ଓ ଦୀପକ ହୁଡା ଦ୍ରୁତ ୭୧ ରନ୍‌ ଯୋଡ଼ିଥିଲେ। ଡି କକ୍ ବିସ୍ଫୋରକ ବ୍ୟାଟିଂକରି ୨୯ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୫୦ ରନ୍‌କରି ଆଉଟ୍‌ ହୋଇଥିଲେ। ଫର୍ମରେ ଥିବା ହୁଡା ଅନୁରୂପ ବ୍ୟାଟିଂକରି ୨୭ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୧ ରନ୍‌ କରିଥିଲେ। ପରେ ରନ୍‌ଗତି କମି ଯାଇଥିଲା। କ୍ରୁନାଲ ପାଣ୍ଡ୍ୟା ୨୭ ବଲ୍‌ରୁ ୨ଟି ଚୌକା ସହ ୨୫ ରନ୍‌ କରିଥିଲେ। ଦୁଇ ବିଦେଶୀ ଅଲ୍‌ରାଉଣ୍ଡର ମାର୍କସ ଷ୍ଟୋଇନିସ୍ ଓ ଜେସନ୍‌ ହୋଲ୍‌ଡର ଆକ୍ରମଣ କରିଥିଲେ। ୧୯ଶ ଓଭରର ପ୍ରଥମ ୩ଟି ବଲ୍‌ରେ ୩ଟି ଛକାମାରି ୪ର୍ଥ ବଲ୍‌ରେ ଷ୍ଟୋଇନିସ୍ ଆଉଟ୍‌ ହୋଇଥିଲେ। ଶେଷ ୨ଟି ବଲ୍‌କୁ ହୋଲ୍‌ଡର ଛକା ମାରି ଦେଇଥିଲେ। ଷ୍ଟୋଇନିସ୍‌ ୧୪ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୮ ଏବଂ ହୋଲ୍‌ଡର ୪ଟି ବଲ୍‌ରୁ ୨ଟି ଛକା ସହ ୧୩ ରନ୍‌ କରିଥିଲେ। ଆ​‌େ​‌ନ୍ଦ୍ର ରସେଲ୍‌ ୨ଟି ୱିକେଟ ନେଇଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories