www.samajalive.in
Monday, December 15, 2025
17.1 C
Bhubaneswar

କିଡନୀ ରୋଗୀଙ୍କ ପାଇଁ ବରଦାନ ପାଲଟିବ କି ଉଷୁମ ପାଣି ଚିକିତ୍ସା

ବିନା କଷ୍ଟ, ବିନା ଖର୍ଚ୍ଚରେ କିଡନୀ ରୋଗୀଙ୍କୁ ମିଳୁଛି ଉପଶମ

ହରଭଙ୍ଗା: ବୈଜ୍ଞାନିକ ଚିକିତ୍ସା ପଦ୍ଧତିରେ କିଡନୀ ଭଳି ମାରାତ୍ମକ ରୋଗୀକୁ ବଂଚାଇବା କଷ୍ଟକର ବ୍ୟାପାର।ମାତ୍ର ବିନା ଖର୍ଚ୍ଚରେ କେବଳ ଉଷୁମ ପାଣି ଚିକିତ୍ସା ପଦ୍ଧତି ଦ୍ୱାରା କିଡନୀ ରୋଗୀ ଆରୋଗ୍ୟ ଲାଭ କରୁଥିବା ଭଳି ଏକ ନୂତନ ଚିକିତ୍ସା ପଦ୍ଧତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଚିକିତ୍ସା ସମ୍ପ୍ରତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଦେଖିବାକୁ ମିଳିଛି। ଏହି ଚିକିତ୍ସା ପଦ୍ଧତି ଦ୍ୱାରା କିଡନୀ ରୋଗୀ ସୁସ୍ଥ ଅନୁଭବ କରୁଥିବା ଭଳି ଆଶ୍ଚର୍ଯ୍ୟଜନକ ଚିତ୍ର ସାମନାକୁ ଆସିଛି।

ପ୍ରକାଶ ଯେ ଦୀର୍ଘ ବର୍ଷ ହେଲା ହରଭଙ୍ଗା ବ୍ଲକରେ କିଡନୀ ରୋଗୀ ଏକ ମହାମାରୀ ରୂପ ଧାରଣ କରିଛି। ଏହି ମାରାତ୍ମକ ରୋଗରେ ବ୍ଲକର ୭ଟି ପଂଚାୟତରେ ୨୩ଟି ଗ୍ରାମରେ ୨୨୦ ଜଣ ରୋଗୀ ମୃତ୍ୟୁ ବରଣ କରିଥିବା ବେଳେ ୨୮୧ ଜଣ ରୋଗୀ ଆକ୍ରାନ୍ତ ଥିବା କୁହାଯାଉଛି। କିଡନୀରେ ଆକ୍ରାନ୍ତ ରୋଗୀ ବ୍ୟୟବହୁଳ ଚିକିତ୍ସା ଯୋଗୁଁ ଔଷଧ ପତ୍ର ଖର୍ଚ୍ଚ କରିନପାରିବାରୁ ସାଧାରଣ ରୋଗୀ ଶେଷରେ ନିରାଶ୍ରୟ ହୋଇ ଆଖି ବୁଜୁଥିବା ଦେଖିବାକୁ ମିଳୁଛି। ମାତ୍ର କିଡନୀ ରୋଗୀଙ୍କ ପାଇଁ ସବୁବେଳେ ଚିନ୍ତା କରି ଆସୁଥିବା ଯୁବ ଇଂ ବିକାଶ ମହାକୁଳ ଡାକ୍ତରଙ୍କ ସହିତ ପରାମର୍ଶ କରି ଏକ ଉଷୁମ ପାଣି ଚିକିତ୍ସା ଆରମ୍ଭ କରିଛନ୍ତି।

- Advertisement -

ଏହି ଚିକିତ୍ସା ହରଭଙ୍ଗା ପଂଚାୟତର ବୁକେଶିଙ୍ଗା ଗ୍ରାମର କିଡନୀ ଆକ୍ରାନ୍ତ ରୋଗୀ ଘନ ଶ୍ୟାମ ବେହେରାଙ୍କ କ୍ଷେତ୍ରରେ ପ୍ରଥମଥର ପାଇଁ ଆରମ୍ଭ କରାଯାଇଛି। ଏକ ଟାଙ୍କି ପାଣିରେ ରୋଗୀ ଗୋଡ ସିଧାକରି ବେକ ପର୍ଯ୍ୟନ୍ତ ବୁଡି ରହୁଛି। ମେସିନ ଦ୍ୱାରା ପାଣିକୁ ୪୦ ଡିଗ୍ରୀ ତାପାମାତ୍ରରେ ଉଷୁମ କରାଯାଉଛି। ସେହି ଉଷୁମ ପାଣିରେ ରୋଗୀ ଦୁଇରୁ ଅଢେଇ ଘଂଟା ବସି ରହିବାକୁ କୁହାଯାଉଛି। ବସିବା ପରେ ରୋଗୀ ଦେହୁରୁ ଝାଳ ସାହାଯ୍ୟରେ ୟୁରିଆ, କ୍ରିଏଟିନ ବାହାରି ଯିବା ଫଳରେ ରୋଗୀ ନିଜକୁ ସୁସ୍ଥ ଅନୁଭବ କରୁଥିବା ରୋଗୀ ସ୍ୱୀକାର କରୁଛି। ୭ରୁ୮ କ୍ରିଏଟୀନ ଥିବା ରୋଗୀଙ୍କ ପାଇଁ ୨/୩ ଦିନରେ ଥରେ ଏହି ଚକିତ୍ସା କରିବାକୁ କୁହାଯାଉଛି ଏବଂ ୪ରୁ୫ କ୍ରିଏଟିନ ଥିବା ରୋଗୀଙ୍କୁ ୭ ଦିନରେ ଥରେ ଏହି ଚିକତ୍ସା କରିବାକୁ କୁହାଯାଉଛି। ଯାହା ଫଳରେ ଜଣେ ରୋଗୀ ଘରେ ବସି ବିନା କଷ୍ଟ ଏବଂ ବିନା ଖର୍ଚ୍ଚରେ ଉପଶମ ପାଉଥିବା ଭଳି ଆଶ୍ଚର୍ଯ୍ୟଜନ ଚିକିତ୍ସା ବ୍ଲକରେ ଆରମ୍ଭ ହୋଇଛି।

ଏହି ଚିକିତ୍ସା ସଫଳ ହେଲେ ବ୍ଲକରେ କିଡନୀ ରୋଗ ସମ୍ପୂର୍ଣ୍ଣ ମୁଳୋତ୍ପାଟନ ହେବ ବୋଲି ମଧ୍ୟ ଆଲୋଚନା ଜୋର ଧରିଛି। ଏ ସର୍ମ୍ପକରେ ଇଂ ବିକାଶ ମହାକୁଡଙ୍କୁ ପଚାରିବାରୁ ସେ କହିଛନ୍ତି, ଆମେ ଏ ବାବଦରେ ଦୁଇ ଜଣ ଡାକ୍ତରଙ୍କ ପରାମର୍ଶ ନେଇଥିଲୁ।ଏହି ଚିକିତ୍ସା ବର୍ତମାନ ଦିଲ୍ଲୀ, ହରିଆଣା, ପଞାବରେ ସଫଳ ଭାବେ ଚାଲୁ ରହିଛି। ଏହାଦ୍ୱାରା ରୋଗୀ ଆରୋଗ୍ୟ ଲାଭ କରୁଥିବା ନିଜେ ସ୍ୱୀକାର କରୁଛନ୍ତି। ଏହି ଚିକିତ୍ସାକୁ ଆମେ ହରଭଙ୍ଗା ବ୍ଲକରେ ପ୍ରଥମ ଥର ପାଇଁ ଆରମ୍ଭ କରିଛୁ ବୋଲି ସେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories