www.samajalive.in
Monday, December 15, 2025
16.1 C
Bhubaneswar

ଆମ ଆଦମି ପାର୍ଟିରେ ମିଶିଲେ ଜଣାଶୁଣା କଂଗ୍ରେସନେତା ମହେନ୍ଦ୍ର ମଲ୍ଲିକ

ଫୁଲବାଣୀ : କନ୍ଧମାଳଜିଲ୍ଲା ଫିରିଙ୍ଗିଆ ଅଂଚଳର ଜଣାଶୁଣା ଆଦିବସୀ ନେତା ତଥା ବରିଷ୍ଠ କଂଗ୍ରେସ ନେତା ମହେନ୍ଦ୍ର ମଲ୍ଲିକ କଂଗ୍ରେସ ଦଳ ଛାଡି ଆମ ଆଦମି ପାର୍ଟିରେ ଯୋଗଦାନ କରିଛନ୍ତି। ମହେନ୍ଦ୍ରମଲ୍ଲିକ ଦିର୍ଘ ୪୦ ବର୍ଷ ଧରି ଭାରତୀୟ ଜାତିୟ କଂଗ୍ରେସର ବିଭିନ୍ନ ପଦପଦବୀରେ ରହି ଆସିଥିଲେ। ଜଣେ ଆଗଧାଡିର କଂଗ୍ରେସ ନେତା ଓ ଜଣେ ସୁସଂଙ୍ଗଠକ ଭାବରେ ଏକ ସ୍ୱତନ୍ତ୍ର ପରିଚୟସୃଷ୍ଟି କରି ପାରିଥିଲେ। ଅନ୍ୟପଟେ ସେ ଫିରିଙ୍ଗିଆ ଅଞ୍ଚଳରେ ଜଣେ ଆଦିବସୀ ନେତା ଭାବରେ ପରିଚିତ ଥିବାବେଳେ କୁଇ ସମାଜର ବିଭିନ୍ନ ପଦପଦବୀରେ ମଧ୍ୟ ରହି ଆସିଛନ୍ତି। ଗତ କିଛି ବର୍ଷହେଲା କଂଗ୍ରେସ ଦଳ ତାଙ୍କୁ ଅଣଦେଖା କରି ଆସୁଥିବା ହୃଦବୋଧ କରି ଆମ ଆଦମି ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିବାଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ  ତାଙ୍କ ସସମର୍ଥକ ମାନଙ୍କସହ ଆମ ଆଦମି ପାର୍ଟିରେ ଯୋଗ ଦେଇଛନ୍ତି। ଶୁକ୍ରବାର ଫୁଲବାଣୀଠାରେ ଆୟୋଜିତ ହୋଇଥିବା ଆମ ଆଦମି ପାର୍ଟିର ଏକ ସ୍ୱତନ୍ତ୍ର କର୍ମି ସମ୍ମିଳନୀରେ ଓଡିଶା ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ  ଯୋଗଦେଇଛନ୍ତି। ଅନ୍ୟପଟେ ଏହି ସମ୍ମିଳନୀରେ ଆମ ଆଦମି ପାର୍ଟିର କେନ୍ଦ୍ରାପଡା ଜିଲ୍ଲାସଭାପତି , ଆପ ନେତା ତଥା ଆପ ର ଜିଲ୍ଲାପରିଷଦ ପ୍ରାର୍ଥି ଦିଲିପ କୁମାର ଦିଗାଳଙ୍କ ସହ କନ୍ଧମାଳ ଜିଲ୍ଲାର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories