www.samajalive.in
Friday, December 5, 2025
26.1 C
Bhubaneswar

ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଜଳିଗଲା ଚାରିବଖରା ଘର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଳଦଣ୍ଡିକିଆ ପଂଚାୟତର ପାଦେରିପଡା ଗ୍ରାମରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଚାରିବଖରା ଘର ଜଳିଯାଇଥିବା ଜଣାପଡିଛି।  ଖବର ପାଇ ଫିରିଙ୍ଗିଆ ଦମକଳ ବାହିନି ପହଂଚି ନିଆଁକୁ ଆୟତ କରିଥିଲେ। ଶୁକ୍ରବାର କୈାଣଷି କାରଣରୁ ଏହି ପାଦେରିପଡା ଗ୍ରାମର ସତ୍ୟପ୍ରକାଶ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲାଗିଯାଇଥିଲ।। ପରେ ନିଆଁ ସତ୍ୟପ୍ରକାଶଙ୍କ ଘରକୁ ଲାଗି ରହିଥିବା ବିଶ୍ୱନାଥ ବିନ୍ଧାଣି ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ମଧ୍ୟ ବ୍ୟାପିବାରେ ଲାଗିଥିଲ।।
ନିଆଁ ର ଭୟାବହତା ପ୍ରଖର ଥିବାରୁ ଗାଁ ଲୋକେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲ।। ପରେ ଗ୍ରାମବାସୀ ଫିରିଙ୍ଗିଆ ଅଗ୍ନିଶମ ବାହିନିଙ୍କୁ ଯୋଗାଯୋଗ କରିଥିଲେ। ଫିରିଙ୍ଗିଆ ଅଗ୍ନିଶମ ଅଧିକାରୀ ଚିନ୍ମୟ କୁମାର ବାରିକଙ୍କ ସହ ଫାୟାର ମେନ ସରୋଜ କୁମାର ମହାପାତ୍ର , ଧିରେନ୍ଦ୍ର ବେହରା , ସୁବୋଧ ସେନାପତି, ରମାକାନ୍ତ ପଣ୍ଡା ଓ
ସଞ୍ଜୟ ନାଏକ ପ୍ରମୁଖ ତୁରନ୍ତ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ। ନିଆଁ ଲାଗି ସତ୍ୟପ୍ରକାଶ ପ୍ରଧାନଙ୍କ ତିନିବଖରା ଘର ପୋଡି ଯାଇଥିବା ବେଳେ ବିଶ୍ୱନାଥ ବିନ୍ଧାଣୀଙ୍କର ଗୋଟିଏ ବଖରା ଘର ପୋଡି ଯିବା ସହିତ ଆସବାବ ପତ୍ର, ଘରେ ଥିବା ଧାନାଚାଉଳ ସବୁ ନଷ୍ଟ ହୋଇଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢଲକ୍ଷ ଟଙ୍କା ହେବ । ଘର ପୋଡି ଯାଇଥିବାରୁ ପରିବାର ଲୋକେ ପ୍ରଚଣ୍ଡ ଖରାରେ ନାହିଁନଥିବା ଆସୁବିଧା ର ସମ୍ମୁଖିନ ହେଉଥିବା ବେଳେ ଏହି ଦୁଇ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପରିବାର ଲୋକଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories