ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଜର୍ମାନୀ ଚାନ୍ସେଲର ଓଲାଫ ସ୍କୋଲ୍ଜ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି । ଭାରତ ଏବଂ ଜର୍ମାନୀ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଦ୍ବିପାକ୍ଷିକ ଆନ୍ତଃସରକାରୀ ବିଚାରବିମର୍ଶ (ଆଇଜିସି) ପୂର୍ବରୁ ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପରିକ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ଏବଂ ନିଜ କାର୍ଯ୍ୟାଳୟଠାରେ ଚାନ୍ସେଲର ସ୍କୋଲ୍ଜ୍ ତାଙ୍କୁ ହାର୍ଦ୍ଦିକ ସ୍ବାଗତ ଜଣାଇଥିଲେ। ଏହାପରେ ଦୁଇ ନେତା ପରସ୍ପର ସହ ସିଧାସଳଖ ଆଲୋଚନା କରିଥିଲେ। ପରେ ଦୁଇ ଦେଶ ମଧ୍ୟରେ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନା ହୋଇଥିଲା।
ଦୁଇ ଦେଶର ମଧ୍ୟରେ ରହିଥିବା ସାମଗ୍ରିକ ରଣନୈତିକ ଭାଗିଦାରୀ ଅଧୀନରେ ଦ୍ବିପାକ୍ଷିକ ସହଯୋଗର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଆଲୋଚନା ହୋଇଥିଲା। ଉଭୟ ପକ୍ଷ ବିଭିନ୍ନ କ୍ଷେତ୍ରୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ ।



