www.samajalive.in
Sunday, December 14, 2025
26.1 C
Bhubaneswar

ବୃଦ୍ଧଙ୍କ ସନ୍ଦେହ ଜନକ ମୃତ ଦେହ ଉଦ୍ଧାର, ଭାଇ ଆଣିଲେ ହତ୍ୟା ଅଭିଯୋଗ

ନବରଙ୍ଗପୁର/ପାପଡାହାଣ୍ଡି:ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ପଞ୍ଚାୟତ ଦିଶାରୀ ଗୁଡା ଗ୍ରାମର ପୋଖରି ନିକଟରୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ହରିହର ନାୟକ। ଭାଇ ହରିହରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ମୃତକଙ୍କ ଭାଇ ତ୍ରିନାଥ ନାୟକ ଥାନାରେ ଏତଲା ଦାୟର କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ ହରିହର ଗତ ୩୦ ବର୍ଷ ହେଲା ଦିଶାରୀଗୁଡା ଗ୍ରାମରେ ପତ୍ନୀ ରତ୍ନା ସହ ରହି ଆସୁଥିଲେ। ରତ୍ନାଙ୍କ କହିବା ଅନୁଯାୟୀ ରାତି ୨ଟାରେ ହରିହର ଶୌଚ ପାଇଁ ଘରୁ ବାହାରି ଯାଇଥିଲେ। ପତ୍ନୀ ରତ୍ନା ତାଙ୍କୁ ସକାଳୁ ପୋଖରିରୁ ଉଦ୍ଧାର କରି ଘରକୁ ନେଇ ଆସିଥିଲେ। ହରିହରଙ୍କ ସନ୍ଦେହ ଜନକ ମୃତ୍ୟୁ ଖବର ପାଇ ନବରଙ୍ଗପୁର ବ୍ଲକ ସାନ ମସିଗାଁ ପଞ୍ଚାୟତ ମହୁଲ ପଦର ଗ୍ରାମର ଭାଇ ତ୍ରିନାଥ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଥାନାରେ ଏତଲା ଦେଇଥିଲେ। ପୁଲିସ କେସ ନମ୍ବର ୬୭/୨୨ରେ ମାମଲା ରୁଜୁ କରି ବ୍ୟବଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ମୀରା ନାୟକ ସୂଚନା ଦେଇଛନ୍ତି।

ହରିହରଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡୁନାହିଁ। ହରିହର ନବରଙ୍ଗପୁର ବ୍ଲକ ମହୁଲ ପଦରରୁ ଆସି ୩୦ବର୍ଷ ହେଲା ଦିଶାରୀ ଗୁଡାରେ ରହୁଥିଲେ। ଏହା ଏକ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ଡଗ ସ୍କ୍ୱାଡ଼ ଓ ସାଇଣ୍ଟି ଫିକ ଟିମ ତଦନ୍ତ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories