www.samajalive.in
Monday, December 15, 2025
15.1 C
Bhubaneswar

ଅଭୟଚାନ୍ଦପୁର ଥାନା ହାଜତ ହତ୍ୟା ବିରୋଧରେ ଗଣ-ପ୍ରତିବାଦ

ଭୁବନେଶ୍ୱର: ପାରାଦ୍ବୀପର ଅଭୟଚାନ୍ଦପୁର ଥାନାରେ ମନୋରଞ୍ଜନ ଗେଡି ନାମକ ଯୁବକଙ୍କୁ ବାଡେଇ ବାଡେଇ ମାରିଦେବା ପ୍ରତିବାଦରେ ଆଜି ଭୁବନେଶ୍ୱରରେ ବିଭିନ୍ନ ମାନବାଧିକାର ତଥା ରାଜନୈତିକ ସଂଗଠନଗୁଡ଼ିକ ପକ୍ଷରୁ ଏକ ଗଣ ପ୍ରତିବାଦ ଆୟୋଜିତ ହୋଇଯାଇଛି। ସର୍ବସାଧାରଣଙ୍କ ଧନଜୀବନ ସୁରକ୍ଷା ସହିତ ଅପରାଧୀ ସନ୍ଦେହରେ କୌଣସି ବ୍ୟକ୍ତିଙ୍କୁ ଗିରଫ କରି ୨୪ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରାଇ ଜେଲ ପଠାଇବା ଦାୟିତ୍ବ ପୋଲିସକୁ ଦିଆଯାଇଛି। ପୁଲିସ ଆଜି ନିଜେ ନ୍ୟାୟାଳୟ ଓ ବିଚାରକ ସାଜି ବିଚାର ପୂର୍ବରୁ ଦଣ୍ଡ ଦେଇଛି। ପୁଲିସର ଏପରି କାର୍ଯ୍ୟ ଉଭୟ ସମ୍ବିଧାନ, ଗଣତାନ୍ତ୍ରିକ ବିଧି-ବ୍ୟବସ୍ଥା ତଥା ଭାରତୀୟ ଦଣ୍ଡବିଧି ଆଇନକୁ ଏକ ପ୍ରହସନରେ ପରିଣତ କରିଛି ବୋଲି ପ୍ରତିବାଦକାରୀ ମାନେ ଅଭିଯୋଗ କରିଛନ୍ତି।
ଏଠାରେ ପ୍ରକାଶ କରାଯାଇପାରେ ଯେ ବର୍ତ୍ତମାନ ଅଭୟଚାନ୍ଦପୁର ଥାନାରେ ଆଇଆଇସି ଥିବା ଜୀବନାନନ୍ଦ ଜେନା ପୂର୍ବରୁ ପୁରୀ ଜିଲାର ବାସେଳିସାହି ଥାନାରେ ଥିବାବେଳେ କେ. ରମେଶ ନାମକ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଥାନାକୁ ଆଣି ତାକୁ ଶାରୀରିକ ନିର୍ଯ୍ୟାତନା ଦେବାଫଳରେ ସମ୍ପୃକ୍ତ ବ୍ୟକ୍ତିର ମୃତ୍ୟୁ ହୋଇଯାଇଥିଲା। ସମ୍ପୃକ୍ତ ବ୍ୟକ୍ତିର ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ ଫଳରେ ପୁଲିସ ମୃତ ଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର ନକରି ଅତ୍ୟନ୍ତ ତରବରିଆ ଭାବେ ପୋଡ଼ି ଦେଇଥିଲେ। ଅନୁରୂପ ଭାବେ ଅଭୟଚାନ୍ଦପୁର ଥାନାରେ ମନୋରଞ୍ଜନ ଗେଡିଙ୍କୁ ମଧ୍ୟ ପୁଲିସ ନିର୍ୟ୍ୟାତନା ଦେଇ ମାରି ଦେଇଥିବାର ଅଭିଯୋଗ ହୋଇଛି । ମୃତକଙ୍କ ପରିବାରକୁ କୌଣସି ସୂଚନା ନଦେଇ ରାତ୍ରି ୩ଟାରେ ମନୋରଞ୍ଜନଙ୍କ ମୃତଦେହକୁ ତରବରିଆ ଭାବେ ବ୍ୟବଚ୍ଛେଦ କରଯାଇଥିଲା ।

ଏହି ପରିପ୍ରେକ୍ଷୀରେ ଓଡିଶା ହାଇକୋର୍ଟ ତତ୍ତ୍ବାବଧାନରେ ଏସଆଇଟି ଗଠନ କରି ଘଟଣାର ତଦନ୍ତ, ଅଭୟଚାନ୍ଦପୁର ଥାନା ସମେତ ସମସ୍ତ ଥାନାରେ ହାଜତ ମୃତ୍ୟୁ ପାଇଁ ଦାୟୀ ପୋଲିସ ଅଧିକାରୀଙ୍କ ବିରୋଧରେ ଧାରା ୩୦୨ ଅନୁଯାୟୀ ମକଦ୍ଦମା ରୁଜ୍ଜୁ କରିବା ଓ ନିରପେକ୍ଷ ତଦନ୍ତ ପାଇଁ ଅବିଳମ୍ବେ ଅଭୟଚାନ୍ଦପୁର ଥାନାର ଆଇ.ଆଇ.ସି ଓ ଜଗତସିଂପୁର ଜିଲ୍ଲାର ଏସପିଙ୍କୁ ନିଲମ୍ବନ କରିବା, ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରତିବାଦକାରୀମାନେ ଦାବି କରିଥିଲେ । ଆଜିର ଏହି ପ୍ରତିବାଦରେ ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଅଖିଳ ଭାରତ ଜନମଞ୍ଚ, ଫରୱାର୍ଡ ବ୍ଲକ, ଜନ ଅଧିକାର ମଞ୍ଚ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଇନସାଫ, ସିପିଏମ, ସିପିଆଇ, ସିପିଆଇ(ଏମ.ଏଲ),ସିପିଆଇ(ଏମ.ଏଲ)-ଲିବରେସନ୍,ସିପିଆଇ(ଏମ.ଏଲ)-ରେଡ୍ ଷ୍ଟାର୍, ସମାଜବାଦୀ ପାର୍ଟି, ପିୟୁସିଏଲ୍, ପିୟୁଡିଆର୍, ଏବଂ ଅନ୍ୟାନ୍ୟ ରାଜନୈତିକ ଓ ଗଣ ସଂଗଠନର ପ୍ରତିନିଧି ମାନେ ଅଂଶ ଗ୍ରହଣ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories