ମୟୁରଭଞ୍ଜ ସରକାରୀ ପଲିଟେକ୍‌ନିକ୍‌ରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର, ବିନିଯୋଗ ହେବ ୪.୧୮ କୋଟି

ଆଡଭାନ୍ସ ମେକାଟ୍ରୋନିକ୍ସରେ କୌଶଳ ପାଇବେ ବିଦ୍ୟାର୍ଥୀ

ଭୁବନେଶ୍ୱର: ମୟୁରଭଞ୍ଜସ୍ଥିତ ସରକାରୀ ପଲିଟେକ୍‌ନିକ୍‌ରେ ଆଡଭାନ୍ସ ମେକାଟ୍ରୋନିକ୍ସରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ । ପ୍ରାୟ ୪.୧୮ କୋଟି ଟଙ୍କା ବ୍ୟୟରେ ଏହି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ । ଛଅ ମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ । ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଆଜି ରାଜ୍ୟ ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ ଫେଷ୍ଟୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷାରିତ ହୋଇଛି । ଚୁକ୍ତିନାମାରେ ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ରେଘୁ ଜି ଓ ଫେଷ୍ଟୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଡିଡାକଫିକ ମୁଖ୍ୟ ହରିଶ ନଚନାନି ସ୍ୱାକ୍ଷର କରିଛନ୍ତି ।
ବିଭିନ୍ନ ଉତ୍ପାଦ ତଥା ପ୍ରକ୍ରିୟାକରଣର ଡିଜାଇନ୍‌ରେ ଇଲେକ୍‌ଟି୍ରକାଲ ଓ ମେକାନିକାଲ ଇଂଜିନିୟରିଂ, ରୋବୋଟିକ୍ସ, କମ୍ପ୍ୟୁଟେସନାଲ ହାର୍ଡେୱୟାର ଏବଂ ସଫଫେୱୟାର ସମନ୍ୱିତ ଯାନ୍ତ୍ରିକ ବିଦ୍ୟାକୁ ମେକାଟ୍ରୋନିକ୍ସ କୁହାଯାଏ । ଇଂଜିନିୟରିଂ ଶିକ୍ଷା ତଥା ଆଧୁନିକ ଶିଳ୍ପ ଆବଶ୍ୟକତା, ଉତ୍ତମ ଧନ୍ଦାମୂଳକ ପ୍ରଶିକ୍ଷଣ, ଯନ୍ତ୍ରପାତିର ଉନ୍ନତି, ଗବେଷଣାଗାର ତଥା ପ୍ରଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ମେକାଟ୍ରୋନିକ୍ସ ଉତ୍କର୍ଷ କେନ୍ଦ୍ର ଆରମ୍ଭ ହେବ।
ଏହି ଉତ୍କର୍ଷ କେନ୍ଦ୍ର ନିମନ୍ତେ ଓଡିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ପକ୍ଷରୁ ବେରୋଜଗାର ଯୁବକଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ରହିଥିବା ପାଣ୍ଠିକୁ ବିନିଯୋଗ କରାଯିବ । ଏହି ଉତ୍କର୍ଷ କେନ୍ଦ୍ର ନିକଟସ୍ଥ ଶିଳ୍ପଗୁଡିକର ଆବଶ୍ୟକତାକୁ ପୂରଣ କରିବା ସହ ମେକାଟ୍ରୋନିକ୍ସ ଏବଂ ଅଟୋମେସନ୍‌ କ୍ଷେତ୍ରରେ ଆଇଟିଆଇ ଏବଂ ଡିପ୍ଲୋମାର ଛାତ୍ରଛାତ୍ରୀମାନଙ୍କ ଦକ୍ଷତାକୁ ମଧ୍ୟ ବୃଦ୍ଧି କରାଇବ । ନିକଟସ୍ଥ ଇଞ୍ଜିନିୟରିଂ କଲେଜ ଏବଂ ପଲିଟେକ୍‌ନିକ୍‌ର ଛାତ୍ରଛାତ୍ରୀମାନେ ମଧ୍ୟ ସ୍ୱଳ୍ପକାଳୀନ ତାଲିମ ଦ୍ୱାରା ଉପକୃତ ହେବେ, ଯାହା ଫେଷ୍ଟୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ବୈଷୟିକ ବିଶେଷଜ୍ଞଙ୍କ ଦ୍ୱାରା ପ୍ରଦାନ କରାଯିବ।

prayash

ଶିଳ୍ପ ସ୍ୱୟଂଚାଳିତ କ୍ଷେତ୍ରରେ କୌଶଳ ବ୍ୟବଧାନକୁ ଦୂର କରିବା ସହିତ, ଏହି ଉତ୍କର୍ଷ କେନ୍ଦ୍ର ଉତ୍ତୀର୍ଣ୍ଣ ହୋଇଥିବା ତାଲିମପ୍ରାପ୍ତ ପ୍ରଶିକ୍ଷାର୍ଥୀଙ୍କ ପାଇଁ ସେମାନଙ୍କର ଦକ୍ଷତାକୁ ସିଦ୍ଧ କରି ନିଯୁକ୍ତି ସୁଯୋଗ ଆଣିଦେବ, କାରଣ ଫେଷ୍ଟୋର ବିଶେଷଜ୍ଞମାନେ ପ୍ରଶିକ୍ଷକମାନଙ୍କୁ ଏକ ବର୍ଷର ତାଲିମ ପ୍ରଦାନ କରିବେ । ଏହି ଉତ୍କର୍ଷ କେନ୍ଦ୍ର ଫିଟର ଟ୍ରେଡ୍‌ରେ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ଆଇଟିଆଇ ଏବଂ ପଲିଟେକ୍‌ନିକ୍‌ର ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ (ଟିଓଟି) ଏବଂ ଅନ୍‌ ଜବ୍‌ ଟ୍ରେନିଂ (ଓଜେଟି) ମଧ୍ୟ ଆୟୋଜନ କରିବ।
ଏହି ପରିବେଶ ଅନୁକୂଳ ଅତ୍ୟାଧୁନିକ ଲାବୋରେଟୋରୀଗୁଡିକ ମଧ୍ୟ ଶିଳ୍ପ କ୍ଷେତ୍ରରେ ସେମାନଙ୍କର ଅର୍ଦ୍ଧ-କୁଶଳୀ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ବ୍ୟବହୃତ ହୋଇପାରିବ। ଏହି ଉତ୍କର୍ଷ କେନ୍ଦ୍ର ଛଅ ମାସ ମଧ୍ୟରେ ୪.୧୮ କୋଟି ଟଙ୍କା ବ୍ୟୟରେ ସ୍ଥାପିତ ହେବ। ଚୁକ୍ତିନାମା ସ୍ୱାକ୍ଷର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପନିର୍ଦ୍ଦେଶକ, ପ୍ରୋକ୍ୟìରମେଣ୍ଟ, ସୁଯୋଗ୍ୟ ମିଶ୍ର ଉପସ୍ଥିତ ଥିଲେ।

kalyan agarbati

Comments are closed.