ବର୍ଷାରେ ଭାଙ୍ଗିଲା ସମିତି ସଭ୍ୟଙ୍କ ଘର

ବଡ଼ମାଲ- ରବିବାରରେ ଅଦିନିଆ ବର୍ଷା ଯୋଗୁ ସଇଁତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତର ସମିତି ସଭ୍ୟ ଦୁଷିଲା ଜାନୀଙ୍କ ଘର ଭାଙ୍ଗି ଯାଇଛି। ଘରେ ଦୁଷିଲା ଯାନୀ ଓ ତାଙ୍କ ପୁଅ ଥିବା ସମୟରେ ହଠାତ୍‌ ପବନର ବେଗ ବଢିବା ସହିତ ବର୍ଷା ହୋଇଥିଲା ବର୍ଷା ହେବା ଫଳରେ ତାଙ୍କ ବାଡ଼ି ପଟେ ଥିବା କୃଷ୍ଣଚୂଡ଼ା ଗଛ ପଡିଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଥିଲେ ଶ୍ରୀମତୀ ଯାନୀ ଓ ତାଙ୍କ ପୁଅ।ଘରେ ଥିବା ମୂଲ୍ୟବାନ ଜିନିଷପତ୍ର ନଷ୍ଟ ହେବା ସହିତ ଆବାସ ପତ୍ର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା।

 

prayash

ଖବର ପାଇ ଘଟଣା ସ୍ଥଳକୁ କୁଇକେଡ଼ା ସରପଞ୍ଚ ଯୁଗଲାଲ ମାଝୀ ପହଞ୍ଚି ସମିତି ସଭ୍ୟ ଶ୍ରୀମତୀ ଯାନୀକୁ ସମବେଦନା ଜଣାଇ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରି ଗଛକୁ କଟାକୁଟୀ କରିଥିଲେ। ଘର ଭୁଶୁଡି ପଡିବାରୁ ଏହି ପରିବାର ବେସାହାରା ହୋଇପଡିଛନ୍ତି।ପ୍ରଶାସନ ଏହି ଅସହାୟ ପରିବାରକୁ ସହାୟତା ଦେବା ପାଇଁ ଦାବି ହେଉଛି।।

kalyan agarbati

Comments are closed.