www.samajalive.in
Monday, December 15, 2025
15.1 C
Bhubaneswar

୨୭ ବର୍ଷର ସରକାରୀ ଅବହେଳା -ଜମି ପାର୍ଚ୍ଚା ପାଇଛନ୍ତି ପାଇଛନ୍ତି, ହୋଇନି ଜମି ଚିହ୍ନଟ

ବଲାଙ୍ଗିର -ବଲାଙ୍ଗିର-ଟିଟିଲାଗଡ ରାସ୍ତାରେ ଖର୍ଲିକାନି ଗାଁ । ଅନେକ ଗରିବ ଆଦିବାସୀ ଏଠାରେ ବସବାସ କରନ୍ତି । ୧୯୯୫ ମସିହାରୁ ସରକାର ଚିହ୍ନଟ କରି ୪ଡିସିମିଲ ଲେଖାଏଁ ଜମି ଏଠାକାର ଲୋକଙ୍କୁ ଦେଇଛନ୍ତି । ବିଡମ୍ବନାର ବିଷୟ ଯେ, ଦୀର୍ଘ ୨୭ ବର୍ଷ ପରେ ବି ସରକାରୀ ଅବହେଳା ଯୋଗୁଁ ଜମି ପାର୍ଚ୍ଚା ପାଇଥିବା ଲୋକଙ୍କୁ ଜମି ଚିହ୍ନଟ କରି ଦିଆଯାଇ ନାହିଁ । ଦୀର୍ଘ ବର୍ଷ ହେଲା ପ୍ରଶାସନ ପାଖକୁ ଧାଇଁ ଧାଇଁ ଏମାନେ ନୟନ୍ତ । ଗରିବଙ୍କ କଥା ଶୁଣିବାରେ ସମୟ ନାହିଁ ପ୍ରଶାସନ ଓ ସରକାରଙ୍କ ପାଖରେ । ଓଲଟା ତାଙ୍କୁ ଜମି ଦିଆଯାଇଥିବା ଅଞ୍ଚଳକୁ ସରକାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଚିହ୍ନଟ କରିଛନ୍ତି ।
ଝାଟିମାଟି ଘର ପୁଣି ଭାଙ୍ଗି ଯିବାର ଭୟ । ତେଣୁ ୫୦ରୁ ଅଧିକ ଜମି ପାର୍ଚ୍ଚା ପାଇଥିବା ଆଦିବାସୀ ଲୋକେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୭ ବର୍ଷର ଅବହେଳା ବିଷୟରେ ବଖାଣିଥିଲେ । ରବିବାର ସକାଳେ ବିଧାୟକ ଶ୍ରୀ ମିଶ୍ର ତହସିଲଦାର ମଘବାନ ବାଗ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକାରୀଙ୍କ ସହ ଗାଁରେ ପହଞ୍ôଚ ଥିଲେ । ସେଠାରେ ଦେଖାଯାଇଥିଲା ସରକାର ଲୋକଙ୍କୁ ପାର୍ଚ୍ଚା ଦେଇଛନ୍ତି, ବର୍ଷକୁ ବର୍ଷ ଜମି ବାବଦରେ ଖଜଣା ମଧ୍ୟ ନେଉଛନ୍ତି । କିନ୍ତୁ ପରିତାପର ବିଷୟ, ସରକାରଙ୍କ ପାଖରେ ଜମିର ନକଲ, ନକ୍ସା କିଛି ନଥିବା ଅଧିକାରୀମାନେ କହୁଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି   ରେକର୍ଡ ନଥାଇ ସରକାର କିପରି ଖଜଣା ଆଦାୟ କରୁଛନ୍ତି ।

ତେଣୁ ବିଧାୟକ ମିଶ୍ର ତୁରନ୍ତ ପାର୍ଚ୍ଚା ପାଇଥିବା ଲୋକଙ୍କୁ ତାଙ୍କର ଜମି ଚିହ୍ନଟ ସହ ଅଧିକ ୪୦ରୁ ୫୦ ଜଣ ଭୂମିହୀନ ଆଦିବାସୀଙ୍କୁ ତୁରନ୍ତ ଏହି ଜାଗାରେ ଘରଟିଏ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ପିଇବା ପାଣି ପାଇଁ ଏକ ନଳକୂଅ ଖୋଳିବା ପାଇଁ ଉପସ୍ଥିତ ଥିବା ଗ୍ରାମ୍ୟ ଜଳଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ପରିପ୍ରେକ୍ଷୀରେ ସମସ୍ତ ପାର୍ଚ୍ଚା ପାଇଥିବା ଜମି ହିତାଧିକାରୀଙ୍କୁ ଏକ ନୋଟିସ ଜାରି କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିସହିତ ଆଦିବାସୀ ଭୂମିହୀନମାନେ ପାଇଥିବା ପାର୍ଚ୍ଚା ଅଞ୍ଚଳରେ ବୃଦ୍ଧାଶ୍ରମ ପାଇଁ ସରକାରଙ୍କ ପକ୍ଷରୁ ଜାଗା ଚିହ୍ନଟ କରାଯାଇଥିବା ଜଣାପଡିଛି । ତେଣୁ ବିଧାୟକ ଶ୍ରୀ ମିଶ୍ର ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା, ତହସିଲଦାର ଶ୍ରୀ ବାଗ ତଥା ଗ୍ରାମ୍ୟ ଜଳଯୋଗାଣ ଅଧିକାରୀ ମିଳିତ ଭାବରେ ଆସି ଗରିବ ଆଦିବାସୀମାନଙ୍କୁ ସେମାନେ ପାଇଥିବା ପାର୍ଚ୍ଚା ଜମି ଚିହ୍ନଟ ସହ ଭୂମିହୀନଙ୍କ ପାଇଁ ସେଠାରେ ଜମିର ବନ୍ଦୋବସ୍ତ କରିବାର ବ୍ୟବସ୍ଥା କରାଯିବ ବୋଲି ଗ୍ରାମବାସୀଙ୍କୁ ବିଧାୟକ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି । ଯଦି ପ୍ରଶାସନ ଓ ସରକାର ଗରିବ ଆଦିବାସୀ ଭୂମିହୀନଙ୍କୁ ତଥା ପାର୍ଚ୍ଚା ପାଇଥିବା ଆଦିବାସୀମାନଙ୍କୁ ଜମି ଚିହ୍ନଟ କରି ପ୍ରଦାନ ନକରେ ତେବେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories