କର୍ପୋରେଟର ପ୍ରାର୍ଥୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

ବ୍ରହ୍ମପୁର : ଶନିବାର ରାତି ପ୍ରାୟ ୧୨ଟା ସମୟରେ ବ୍ରହ୍ମପୁର ମହାନଗର ନିଗମ ୧୮ ନମ୍ବର ୱାର୍ଡର ବିଜେପି ପ୍ରାର୍ଥୀ ଆନନ୍ଦ ଗଉଡଙ୍କୁ ଆକ୍ରମଣ । ସେ ନିଜ ବ୍ୟବସାୟିକ କାର୍ଯ୍ୟ ସାରି ସାଇନଗର ସ୍ଥିତ ନିଜ ବାସଭବନକୁ ଫେରିବା ସମୟରେ ଗୋବିନ୍ଦ ବିହାର ଦ୍ୱିତୀୟ ଗଳି ଠାରେ ଦୁଇଜଣ ବ୍ୟକ୍ତି ପଛପଟୁ ମୋଟରସାଇକେଲରେ ଆସି ତଳେ ପକାଇ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।

prayash

ଆକ୍ରମଣରେ ଆନନ୍ଦଗୁରୁତର ଭାବେ ଆହତ ହୋଇଯିବା ପରେ ସେହି ବ୍ୟକ୍ତିମାନେ ଫେରାର ହୋଇଯାଇଥିଲେ । ଆନନ୍ଦଙ୍କୁ ଚିକିତ୍ସା ପାଇଁ ଡାକ୍ତଖାନାରେ ଭର୍ତି କରାଯାଇଥିଲା । ରବିବାରରେ ଜିଲ୍ଲା ବିଜେପିର ବରିଷ୍ଠ ନେତା ଆନନ୍ଦଙ୍କ ଘରେ ପହଞ୍ଚି ପୁଲିସକୁ ଘଟଣା ବିଷୟରେ ସୂଚନା ଦେଇଥିବା ଜଣାପଡିଛି ।

Comments are closed.