www.samajalive.in
Friday, December 5, 2025
17.1 C
Bhubaneswar

ପିଏମ୍‌ଆରଏଫ୍‌କୁ କ୍ୟାବିନେଟ ମଞ୍ଜୁରୀ; ମୋଦି ସରକାର ଦେବେ ମାସିକ ୮୦ ହଜାର ଟଙ୍କାର ମେଧାବୃତ୍ତି

ନୂଆଦିଲ୍ଲୀ: ଦେଶରୁ ପ୍ରତିଭା ପଳାୟନକୁ ରୋକିବା ଉଦେ୍ଦଶ୍ୟରେ ଉଚ୍ଚଶିକ୍ଷା ସଂସ୍ଥାନ ଛାତ୍ରଛାତ୍ରୀଙ୍କ ଲାଗି ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ (ପିଏମ୍‌ ଆରଏଫ୍‌)କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । ଆଇଆଇଟି, ଆଇଆଇଏସ୍‌ଇଆର ଓ ଏନ୍‌ଆଇଟି ଭଳି ଉଚ୍ଚଶିକ୍ଷା ସଂସ୍ଥାର ଛାତ୍ରଛାତ୍ରୀଙ୍କ ଲାଗି ଏହା ସବୁଠାରୁ ବଡ଼ ସ୍କଲାରଶିପ୍‌ ହେବ । ପିଏମ୍‌ଆରଏଫ୍‌ ଅନୁସାରେ ମନୋନୀତ ମେଧାବୀଙ୍କୁ ମାସିକ ୭୦ରୁ ୮୦ ହଜାର ଟଙ୍କା ମେଧାବୃତ୍ତି ଓ ୨ ଲକ୍ଷ ଟଙ୍କାର ବାର୍ଷିକ ରିସର୍ଚ୍ଚ ଗ୍ରାଣ୍ଟସ୍‌ ପ୍ରଦାନ କରାଯିବ । ଏହି ଯୋଜନା ପାଇଁ କେନ୍ଦ୍ର ସରକାର ଆସନ୍ତା ୩ ବର୍ଷର ଅବଧି ପାଇଁ ୧୬୫୦ କୋଟି ଟଙ୍କାର ବ୍ୟୟ ଅଟକଳ ନିମନ୍ତେ ମଞ୍ଜୁରୀ ଦେଇଛନ୍ତି । ଏହି ସ୍କିମ୍‌ ଜରିଆରେ ପ୍ରତ୍ୟେକ ବର୍ଷ ୧୦୦୦ ମେଧାବୃତ୍ତି ପ୍ରଦାନ କରାଯିବ ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories