www.samajalive.in
Tuesday, December 9, 2025
15.1 C
Bhubaneswar

ଅଟୋ ଓଲଟି ନାବାଳକ ମୃତ

ମୋହନା: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଝିଲିକି ମଶାଣି ଛକ ନିକଟରେ ଦୁର୍ଘଟଣା ଘଟିଛି । ଅଟୋ ଓଳଟିପଡ଼ିବା ଫଳରେ ଜଣେ ଯାତ୍ରୀଙ୍କ ମୁତ୍ୟୁ ଘଟିଛି  l ଶୁକ୍ରବାର ବିଳମ୍ବିତ ରାତିରେ ଅଡବାରୁ ଏକ ଅଟୋ ନଂ- ଓଡ଼ି୦୭ ଜେ ୩୨୮୦ ଯୋଗେ ଅଡବା ଗ୍ରାମର ଉଜ୍ୱଳ ପାତ୍ର, ଧୋବା ବେହରଦଳାଇ ଓ ପୁନିଆ ମହାନ୍ତି ଏକ ବାହାଘର ଭୋଜିରେ ଯୋଗ ଦେବା ପାଇଁ ଝିଲିକି ଗ୍ରାମକୁ ଯାଇଥିଲେ l ସେଠାରେ ବରଯାତ୍ରୀ ପଟୁଆରରେ ଯୋଗଦେଇ ଅଡବା ଫେରିବା ବେଳେ ଅଟୋଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା l ଫଳରେ ଅଟୋରେ ଥିବା ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ଘର ଅଡବା ବୋଲି ଜଣାପଡିଛି। ଅନ୍ୟ ଦୁଇଜଣ ମଧ୍ୟ ଅଡବା ଗ୍ରାମର । ଦୁର୍ଘଟଣା ଘଟିବା ପରେ ଅନ୍ୟମାନେ କେଉଁ ଆଡେ ଚାଲି ଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ସେମାନଙ୍କର ପତ୍ତା ମିଳୁନାହିଁ l ଘଟଣାସ୍ଥଳରେ ଅଡବା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି l

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories