www.samajalive.in
Sunday, December 7, 2025
23.1 C
Bhubaneswar

ସେର୍କୋଝୁଲା ଗାଁ ନିକଟରେ ଓଲଟିଲା ଟ୍ରାକ୍ଟର ;୧୧ ଗୁରୁତର

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ମାଳିଯୁବାଙ୍ଗ ପଞ୍ଚାୟତ ସେର୍କୋଝୁଲା ଗାଁ ନିକଟରେ ଗତ କାଲି ସନ୍ଧ୍ୟା ସମୟରେ ଟ୍ରାକ୍ଟର ଓଲଟି ୧୧ ଗୁରୁତର ଆହତ ଥିବା ବେଳେ ୧୬ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ବଙ୍କାକୁଣ୍ଡରୁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ୧୧ ଗୁରୁତରଙ୍କୁ ଲାଞ୍ଜିଗଡ ଓ କଲ୍ୟାଣସିଂପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ବଙ୍କାକୁଣ୍ଡରୁ ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।
ସୂଚନା ମୁତାବକ  ଲାଞ୍ଜିଗଡ ବ୍ଳକ ବିଜେପୁର ଥାନା ଅନ୍ତର୍ଗତ ଡ଼ଙ୍ଗାମୁଣ୍ଡି ଗ୍ରାମର  ପ୍ରାୟ ୩୫ ଜଣ ମହିଳା ଓ ପୁରୁଷ  ଏକ ଟ୍ରାକ୍ଟର ଭଡାକରି ବାହାଘର ଭୋଜି ଖାଇବା ପାଇଁ ପାହାଡ଼ପଦର ପଞ୍ଚାୟତର ପୁଞ୍ଜାମ ଗାଁକୁ ଯାଇଥିଲେ। ଭୋଜି ଖାଇ ନିଜ ଗାଁକୁ ଫେରୁଥିବା ସମୟରେ ମାଳିଯୁବାଙ୍ଗ ପଞ୍ଚାୟତ ଅନ୍ତର୍ଗତ ସେର୍କୋଝୁଲା ନିକଟରେ ଟ୍ରାକ୍ଟର ଓଲଟି ଯିବା ଫଳରେ ବସିଥିବା ୩୫ ଜଣ ମଧ୍ୟରୁ ୧୧ ଜଣ ଗୁରୁତର ଆହତ ହୋଇଥିବା ବେଳେ ୧୬ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ବଙ୍କାକୁଣ୍ଡରୁ ମା’ ସନ୍ତୋଷ ଜନକଲ୍ୟାଣ ଡାକ୍ତରଖାନା ପରିଚାଳକ ଚିତରଞ୍ଜନ ନନ୍ଦ ନେତୃତ୍ୱରେ ଏମଏଚୟୁ ଟିମ ଓ ଡାକ୍ତରଖାନା କର୍ମଚାରୀ ଡ଼. ସମରେନ୍ଦ୍ର ପାତ୍ର, ଭଗବାନଙ୍କ ଚନ୍ଦ୍ର ପ୍ରଧାନ,ଭାବ ଶଙ୍କର ଦେଇ, ଏଲଟି ଅରୁଣ କୁମାର ସେଠ,ଏଏନଏମ୍ ସୁମିତ୍ରା ହରିଜନ ଓ ଚନ୍ଦନ ବାଗ ସମେତ ବିଜେପୁର ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ନିରାକାର ବାଗ ଘଟଣା ସ୍ଥଳରେ ପହଞ୍ଚି ମେଡିକାଲ ଏମଏଚୟୁ ଗାଡି ସାହାଯ୍ୟରେ ସମସ୍ତ ଆହାତଙ୍କୁ ବଙ୍କାକୁଣ୍ଡରୁ ଡାକ୍ତରଖାନାକୁ ଅଣାଯାଇଥିଲା।
ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ୫ ଜଣ ଗୁରୁତର ନର୍ଶୀ ମାଝୀ, ଶୁକ୍ରୁ ମାଝୀ, ନିଳ ମାଝୀ, ଶୁଶିଳା ମାଝୀ ଓ ଜୟନ୍ତ ମାଝୀଙ୍କୁ ବଙ୍କାକୁଣ୍ଡରୁ ଏମଏଚୟୁ ଗାଡି ସାହାଯ୍ୟରେ ଲାଞ୍ଜିଗଡ ବେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ବିଜେଡି କର୍ମୀ ସୁବାଷ ଚନ୍ଦ୍ର ଅଗ୍ରୱାଲ ଓ ପାତ୍ର ମାଝୀ ବେଦାନ୍ତ ମେଡ଼ିକାଲରେ ପହଞ୍ଚିବା ପରେ ଗୁରୁତର ଆହତ ଜୟନ୍ତ ମାଝୀକୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ଆଉ ୬ ଜଣ ଜଗନ୍ନାଥ ମାଝୀ,ବୁଦୁରି ମାଝୀ, ନକୁଳ ମାଝୀ, ସଦା ମାଝୀ, ନିଳ ମାଝୀ ଓ ଲିପା ମାଝୀଙ୍କୁ ବଙ୍କାକୁଣ୍ଡରୁ ଡାକ୍ତରଖାନାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ସିଏଚସି କୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ବଙ୍କାକୁଣ୍ଡରୁ ଡାକ୍ତରଖାନାରେ ସାମାନ୍ୟ ଆହତ ୧୬ ଜଣ ଭର୍ତ୍ତି ହୋଇ ପ୍ରାଥମିକ ଚିକିତ୍ସା ଚାଲିଥିବା ଡାକ୍ତରଖାନା ପରିଚାଳକ ଚିତରଞ୍ଜନ ନନ୍ଦ ସୂଚନା ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories