www.samajalive.in
Sunday, December 14, 2025
17.1 C
Bhubaneswar

୧୨୨ ବର୍ଷର ରେକର୍ଡ ଭାଙ୍ଗିଛି ମାର୍ଚ୍ଚ

ନୂଆଦିଲ୍ଲୀ: ଦେଶରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଦିନ ୧୦ଟା ପରେ ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଆଉ ୫ଦିନ ପର୍ଯ୍ୟନ୍ତ ଦେଶର ପୂର୍ବ, ଉତ୍ତର-ପଶ୍ଚିମ ଓ କେନ୍ଦ୍ରାଞ୍ଚଳରେ ଏହି ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ଗ୍ରୀଷ୍ମ ପ୍ରବାହ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଇଏମଡି ଓଡ଼ିଶା, ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ମେ ୨ ତାରିଖ ପରେ ଉତ୍ତର-ପଶ୍ଚିମ ଭାରତରେ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡି କହିବା ଅନୁଯାୟୀ ୨୦୨୨ ମାର୍ଚ୍ଚ ମାସର ଖରା ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି। ୨୦୨୨ ମାର୍ଚ୍ଚ ମାସରେ ଦେଶର ହାରହାରି ତାପମାତ୍ରା ୩୩.୧ ଡିଗ୍ରୀ ସେଲସିୟସ୍ ରହିଥିଲା।

ଦେଶରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବା ବେଳେ ବିଦ୍ୟୁତ୍ ସଂକଟ ଦେଖାଯାଇଛି। ଶୀତତାପ ନିୟନ୍ତ୍ରଣ ଯନ୍ତ୍ର (ଏସି) ଓ ପଙ୍ଖାର ବ୍ୟବହାର ବଢିଛି। କୋଇଲା ସଂକଟ ଜନିତ ବିଦ୍ୟୁତ୍ ଅଭାବକୁ ନେଇ ରାଜସ୍ଥାନ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶ ସରକାର କାରଖାନାଗୁଡିକରେ ବିଦ୍ୟୁତ୍ କାଟ କରିଛନ୍ତି। ବିଭିନ୍ନ ରାଜ୍ୟରେ ୨ରୁ ୮ଘଣ୍ଟା ଲେଖାଏଁ ବିଦ୍ୟୁତ୍‌ କାଟ ହେଉଛି। ଦେଶର ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡିକରେ କୋଇଲାର ଅଭାବ ଯୋଗୁଁ ବିଦ୍ୟୁତ୍ ସଂକଟ ଦେଖାଯାଇଥିବା ଅଲ୍ ପାୱାର ଇଞ୍ଜିନିୟର୍ସ ଫେଡେରେସନ (ଏଆଇପିଇଏଫ୍‌) କହିଛନ୍ତି। ଦିନର ପିକ୍ ଆୱାରରେ ୨୦୦.୬୫ ଗିଗାୱାଟ୍ ବିଦ୍ୟୁତ୍ ଆବଶ୍ୟକ ହେଉଥିବାବେଳେ ୧୦.୨୯ ଗିଗାୱାଟ୍‌ର ବିଦ୍ୟୁତ୍‌ ଅଭାବ ରହୁଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଗ୍ନିକାଣ୍ଡ ଜନିତ ଅଘଟଣ ଘଟିବାର ଆଶଙ୍କା ବ୍ୟକ୍ତ କରାଯାଇଛି। ଏଥିପାଇଁ ଡାକ୍ତରଖାନାଗୁଡିକରେ ସ୍ବତନ୍ତ୍ର ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories