www.samajalive.in
Monday, December 15, 2025
15.1 C
Bhubaneswar

ହଳଦିଆପଦର ଅଟୋ ନଗର ଛକରେ ଟ୍ରକ ଧକ୍କାରେ ମୋଟରସାଇକେଲ ଚାଳକ ମୃତ

ଗୋପାଳପୁର: ଗୋନନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ଅନ୍ତର୍ଗତ ହଳଦିଆପଦର ଅଟୋ ନଗର ଛକରେ ସନ୍ଧ୍ୟା ସାଢ଼େ ବେଳେ ଠାରେ ଟ୍ରକ ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଆଜି ଗୋନଳ୍ଥରାରୁ ବ୍ରହ୍ମପୁର ପଟକୁ ଏକ ମୋଟରସାଇକେଲ ଯାଉଥିବା ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା ଫଳରେ ଚାଳକ ଜଣଙ୍କ ଟ୍ରକ ଚକା ତଳେ ପଡିଯାଇଥିଲେ। ଟ୍ରକର ଚକାଟି ମୋଟରସାଇକେଲ ଚାଳକର ମୁଣ୍ଡ ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତି ଜଣଙ୍କ ଶେରଗଡ ଥାନା ଅନ୍ତର୍ଗତ କୁରଳା ଗ୍ରାମର ମଙ୍ଗୁଳୁ ବାଡତିଆ(୨୮) ବୋଲି ଜଣାପଡିଛି। ମଙ୍ଗଳୁ ତାଙ୍କ ସାଙ୍ଗଙ୍କ ମୋଟରସାଇକେଲକୁ ଆଣି ବ୍ରହ୍ମପୁର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦୁର୍ଘଟଣା ପରେ ଜାତୀୟ ରାଜପଥ ରେ ଜାମ ଦେଖିବାକୁ ମିଳିଥିଲା।ଖବର‌ପାଇ ଗୋଳନ୍ଥରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଛବତ କରିବା ସହ ଉଭୟ ଟ୍ରକ ଓ ମୋଟରସାଇକେଲ କୁ ଜବତ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories