ଗୁରୁଡ଼ିଝାଟିଆ: ଗୁରୁଡ଼ିଝାଟିଆସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ପକ୍ଷରୁ ଆଜି ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳଛତ୍ର ଖୋଲାଯାଇଛି। ଗୁରୁଡ଼ିଝାଟିଆ ପ୍ରାଥମିକ ଚିକିତ୍ସାଳୟ ଚିକିତ୍ସାଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ମହାବିଦ୍ୟାଳୟର ୟୁଥ ରେଡକ୍ରସ, ଜାତୀୟ ସେବା ଯୋଜନା ଓ ମୋ ସ୍କୁଲ ଅଭିଯାନର ମିଳିତ ସହଯୋଗରେ ଖୋଲାଯାଇଥିବା ଏହି ଜଳଛତ୍ର ଉଦଘାଟନୀ ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ସାମନ୍ତରାୟ ଅଧ୍ୟକ୍ଷତା କରିଥିଲେ। ୟୁଥ ରେଡକ୍ରସର ମୁଖ୍ୟ ଡଃ ବିଭାସ କୁମାର ମିଶ୍ର, ଜାତୀୟ ସେବା ଯୋଜନାର ସଂଯୋଜିକା ଡଃ ରିଙ୍କୁ ଗୁଇ, ମୋ ସ୍କୁଲ ଅଭିଯାନର ସଂଯୋଜିକା ରଶ୍ମୀତା ବେହେରା, ଅଧ୍ୟାପକ ନିରଞ୍ଜନ ଦାଶ, ସଚିତ୍ରାନନ୍ଦ ସ୍ୱାଇଁ, ଡଃ ନରେନ୍ଦ୍ର କୁମାର ସ୍ୱାଇଁ, ଡଃ ପ୍ରଶାନ୍ତ କୁମାର ମହାନ୍ତି, ଡଃ ପ୍ରଦୀପ୍ତ କିଶୋର ଭୂୟାଁ, ଡଃ ରାମଚନ୍ଦ୍ର ସାହୁ, ମନୋରଞ୍ଚନ ସାମଲ, ଜିତେନ୍ଦ୍ର କୁମାର ବିଶ୍ୱାଳ, ମନୋଜ କୁମାର ସାହୁ, ରଶ୍ମୀରଞ୍ଜନ ସାହାଣୀ ସମେତ ବିଦ୍ୟାର୍ଥୀମାନେ ଉପସ୍ଥିତ ରହି ଦହିପାଣି ପ୍ରଦାନ କରିଥିଲେ।
Popular Categories



