www.samajalive.in
Monday, December 15, 2025
16.1 C
Bhubaneswar

ବାଲ୍ୟବିବାହ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଜାତି ସମାଜର ସମନ୍ଵୟ ବୈଠକ

ନବରଙ୍ଗପୁର: ଜିଲ୍ଲାରେ ବାଲ୍ୟବିବାହକୁ ରୋକିବା ନିମନ୍ତେ ଆଜି ସ୍ଥାନୀୟ ମିଶନଶକ୍ତି ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ, ୟୁନିସେଫ, ଆକ୍ସନଏଡ ଓ ବିଭିନ୍ନ ଜାତି ସମାଜର ମୁଖ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ପ୍ରଥମ ଥର କରି ଏହି ମିଳିତ ବୈଠକରେ ଜିଲ୍ଲାପାଳ ଡଃ ମିଶ୍ର ଅଧ୍ୟକ୍ଷତା କରି କହିଲେ ଯେ ଜିଲ୍ଲାରେ ପ୍ରତ୍ୟେକ ଶିଶୁମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ କାର୍ୟ୍ୟ କରୁଛନ୍ତି।

ପ୍ରଶାସନ ଓ ଜାତି ସମାଜର ମୁଖ୍ୟମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଜିଲ୍ଲାରେ ସମସ୍ତ ଶିଶୁମାନଙ୍କୁ ସୁରକ୍ଷା ଦେବା ସହିତ ନବରଙ୍ଗପୁର ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ଏହି ସମନ୍ଵୟ ବୈଠକ ସହାୟକ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏଥି ସହିତ ବାଲ୍ୟବିବାହ ପରି ସାମାଜିକ ବ୍ୟାଧିକୁ ରୋକିବା ନିମନ୍ତେ ପ୍ରଶାସନ ଓ ଜାତି ସମାଜର ମୁଖ୍ୟମାନେ ମିଳିତ ଭାବରେ ଗ୍ରାମ ସ୍ତରରେ ବ୍ୟାପକ ଭାବରେ ଜନ ସଚେତନତା କରିବା ପାଇଁ ଆହ୍ଵାନ ଦେଇଛନ୍ତି। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ବୈଠକ ଉଦେଶ୍ୟ ଜ୍ଞାପନ କରିବା ସହିତ ଜିଲ୍ଲା ପ୍ରଶାସନ, ୟୁନିସେଫ ଓ ଆକ୍ସନଏଡର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ୟ୍ୟକ୍ରମ ପ୍ରସ୍ତୁତ କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ୟ୍ୟ କ୍ରମ ଚାଲୁଥିବାର ସୂଚନା ଦେବା ସହିତ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଧା ଜିଲ୍ଲାରେ ୧୨୭ ଗୋଟି ବାଲ୍ୟ ବିବାହ ରୋକାଯିବା ସହିତ ୬୯୩ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇଥିବା ଜଣାଇଥିଲେ।

- Advertisement -

ପରେ ଜିଲ୍ଲାପାଳଙ୍କ ଅନୁରୋଧରେ ଉପସ୍ଥିତ ଥିବା ୧୩ଟି ଜାତିସମାଜର ମୁଖ୍ୟ ମାନେ ଜିଲ୍ଲାରେ ବାଲ୍ୟ ବିବାହ ଘଟୁଥିବାର କାରଣ ଓ ଏହାର ନିରାକରଣ ନିମନ୍ତେ ନିଜ ନିଜ ସମାଜ ତରଫରୁ କିଭଳି ପଦକ୍ଷେପ ନେବେ ସେ ଉପରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଆଗାମୀ ଦିନରେ ଜାତି ସମାଜର ମୁଖ୍ୟମାନେ ନିଜ ନିଜ ଜାତିରେ ବୈଠକ କରି ନିଜ ସମାଜରେ ବାଲ୍ୟ ବିବାହ ନକରିବାକୁ ଘୋଷଣା କରିବା ସହିତ ଜିଲା ପ୍ରଶାସନ କୁ ଲିଖିତ ଭାବରେ ଦେବା ପାଇଁ ପ୍ରତିଶୃତି ଦେଇଥିଲେ। ଏଥି ସହିତ ନିଜ ସମାଜରେ ଜାତି ମୁଖିଆ ମାନେ ବାଲ୍ୟବିବାହକୁ ପ୍ରଶାସନ ସହଯୋଗରେ ରୋକିବା, ବ୍ଲକ ସ୍ତରରେ ପ୍ରତି ମାସରେ ପ୍ରଶାସନ ଓ ଜାତିସମାଜର ମିଳିତ ବୈଠକ କରାଇବା, ସମାଜ ମୁଖିଆ ଓ ପ୍ରଶାସନିକ ଅଧିକାରୀମାନେ ମିଳିତ ଭାବରେ ଗ୍ରାମ ଗୁଡିକରେ ଜନ ସଚେତନ କାର୍ୟ୍ୟକ୍ରମ କରିବା, କିଶୋର କିଶୋରୀମାନଙ୍କୁ ପଲିଟେକନିକ ଶିକ୍ଷା ଓ ଦକ୍ଷତା ବିକାଶ ଶିକ୍ଷାରେ ଯୋଡିବା ଆଦି କାର୍ୟ୍ୟକ୍ରମରେ ସମସ୍ତ ସମାଜର ମୁଖ୍ୟମାନେ କାର୍ୟ୍ୟ କରିବେ ବୋଲି ଜିଲ୍ଲାପାଳଙ୍କୁ ପ୍ରତିଶୃତି ଦେବା ସହିତ ଏଥି ନିମନ୍ତେ ସାମୁହିକ ଶପଥ ନେଇଥିଲେ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories