www.samajalive.in
Sunday, December 14, 2025
19.1 C
Bhubaneswar

ସାଇ ଅନନ୍ତ ଆନ୍ତର୍ଜାତିକ ସ୍କୁଲରେ ରକ୍ତଦାନ ଶିବିର

ଧାମରା: ଧାମରାରେ ଥିବା ସାଇ ଅନନ୍ତ ଇଂଟରନେସନାଲ ସ୍କୁଲରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବରକୁ ସ୍କୁଲର ପ୍ରତିଷ୍ଠାତା ଅନନ୍ତ କୁମାର ଜାନା, ସମାଜସେବୀ ନରହରି ମଲିକ, ଧାମରାଇ ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ତ୍ରିଲୋଚନ ପ୍ରଧାନ ପ୍ରମୁଖ ପଦ୍ୱୀପ ପ୍ରଜ୍ଜଳନ କରିବା ସହ ଫିତା କାଟି ଉଦଘାଟନ କରିଥିଲେ। ବିଦ୍ୟାଳୟର ଚେୟାରମେନ ଅତୁଲ କୁମାର ଜାନା ଉପସ୍ଥିତ ରହି ଆଗାମୀ ଦିନରେ ଅଂଚଳବାସୀ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର କରିବେ ବୋଲି ନିଜର ବକ୍ତବ୍ୟ ରଖିବା ସହ ରକ୍ତଦାନ ଏକ ମହତ ଦାନ ଏବଂ ବିନା ରକ୍ତରେ କୌଣସି ଲୋକ ଯେପରି ମୃତ୍ୟୁ ମୁଖକୁ ନଯାଆନ୍ତି ସେଥିପାଇଁ ସେ ଯତ୍ନବାନ ଅଛନ୍ତି ବୋଲି କହିଥିଲେ।

ଆଜିର ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ସ୍କୁଲର ପ୍ରିନ୍ସିପାଲ ଅଞ୍ଜନ କୁମାର ମଲିକ, ପ୍ରକାଶ ବେହେରା, ମାନସ ପାଣିଗ୍ରାହୀ, କାଳିପଦ ମାଇତି, ଆର କେ ଶତପଥି, ପ୍ରକାଶ ମିର୍ଧା, ରବି ନାରାୟଣ ଜେନା, ସୁନନ୍ଦା ଓତା, ଭାଗ୍ୟ ଶ୍ରୀ ପଢ଼ିହାରୀ, ସୋମ୍ୟ ଦାସ, ସାଗରିକା ନାୟକ, ସ୍ନିଗ୍ଧା ମଲିକ, ଜାନକୀ ସୂତାର, ଜ୍ୟୋସ୍ନା ଦାସ ପ୍ରମୁଖ ପରିଚାଳନା କରିଥିବା ବେଳେ ଭଦ୍ରକ ବ୍ଲଡ ବ୍ୟାଙ୍କର ଡା.ଜନ୍ମେଞୟ ବେହେରା, ସାଧୁସୁଦନ ବେହେରା, ରତିକାନ୍ତ ବଳ, ଏସ କେ ବୁଦ୍ଧିଆ ପ୍ରମୁଖ ବ୍ଲଡ ବ୍ୟାଙ୍କ ତରଫରୁ ରକ୍ତ ସଂଗ୍ରହ କରିବା ସହ ରକ୍ତ ଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଆଜିର ଏହି ରକ୍ତଦାନ ଶିବିରରେ ୫୫ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories