www.samajalive.in
Sunday, December 14, 2025
19.1 C
Bhubaneswar

ବଲାଙ୍ଗିର ଗସ୍ତରେ ବିକାଶ ପରିଷଦ ଅଧ୍ୟକ୍ଷ

ବଲାଙ୍ଗିର/ବେଲପଡ଼ା/ଖପ୍ରାଖୋଲ: ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ହରିଶଙ୍କରରୁ ବଲାଙ୍ଗିର ଗସ୍ତ ଆରମ୍ଭ କରିଛନ୍ତି। ହରିଶଙ୍କର ପାନ୍ଥ ନିବାସରେ ମିଶନ ଶକ୍ତିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ସେ ବେଲପଡ଼ା ବ୍ଲକର ସାତଚୁଆଁରେ ଥିବା ସାରସ କୁକୁଡା ଫାର୍ମକୁ ପରିଦର୍ଶନରେ ଯାଇଥିଲେ। ବେଲପଡ଼ା ଭଲି ଏକ ଦାଦନ ପ୍ରବଣ ଅଞ୍ଚଳରେ ଏଭଲି ଏକ ଫାର୍ମ ଥିବା ଦେଖି ସେ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ କୃଷିକ ଉଦ୍ୟେଗ ଯୋଜନା ସଫଳ ହୋଇଥିବା ସେ କହିଥିଲେ।

ଏହାପରେ ସେ ଭୀମ ଭୋଇ ମେଡିକାଲ କଲେଜକୁ ଯାଇ ସେଠାରେ ୨କୋଟି ଟଙ୍କାର ନିର୍ମାଣ ହେବାକୁ ଥିବା ସ୍ପୋର୍ଟସ୍‍ କଂପ୍ଲେକ୍ସର ଶିଳାନ୍ୟାସ କରିଥିଲେ। ଏଥିସହିତ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ପରିସରରେ ପୁରୁଷ ଓ ମହିଳାଙ୍କ ସ୍ୱତନ୍ତ୍ର ପ୍ୟାଭିଲିୟନ୍‍ ନିର୍ମାଣ ପାଇଁ ୨କୋଟି ୩୯ଲକ୍ଷ ଟଙ୍କାର ଅନୁଦାନ ମିଳିଛି। ଗସ୍ତ ଅବସରରେ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଏହାର ଭିତ୍ତିପ୍ରସ୍ତର ଦେଇଥିଲେ। ଏଥିସହିତ ଲର୍କିପାଲି ସରକାରୀ ଆଇଟିଆଇ, ଷ୍ଟେଟ୍‍ ଇନଷ୍ଟିଚ୍ୟୁଟ ଅଫ୍‍ ହୋଟେଲ ମ୍ୟାନେଜ୍‍ମେଣ୍ଟର ଛାତ୍ରଛାତ୍ରୀଙ୍କ ସହ ସେ ମତ ବିନିମୟ କରିଥିଲେ। ଏଥିସହିତ ଶ୍ରୀ ତ୍ରିପାଠୀ ବଲାଙ୍ଗିର-କଳାହାଣ୍ଡି-ନୂଆପଡ଼ା ଦୁଗ୍ଧ ସଂଘ ଓ ଡାଏରୀ ପ୍ରକଳ୍ପକୁ ଯାଇଥିଲେ। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛକରେ ଆମର୍‍ ଓମଫେଡ୍‍କୁ ସେ ଉଦ୍‍ଘାଟନ କରିଥିଲେ। ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କ ବିଭିନ୍ନ ଅଞ୍ଚଳକୁ ଗସ୍ତ ସମୟରେ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା, ପାଟଣାଗଡ଼ ଉପଜିଲାପାଳ ଡ.ବିଜୟାନନ୍ଦ ସେଠୀ, ଜିଲା ପଶୁ ସମ୍ପଦ ଅଧିକାରୀ ସନ୍ତୋଷ ପଣ୍ଡା, ଉପଖଣ୍ଡ ପୁଲିସ ଅଧିକାରୀ ଜ୍ୟୋତିମୟ ଭୁକ୍ତା ଫାର୍ମ ମାଲିକ ଶରତ ମେହେର, ମିଶନ ଶକ୍ତିର ଅଧିକାରୀ, ମେଡିକାଲ କଲେଜର କର୍ତୃପକ୍ଷ, ଆଇଟିଆଇ, ଏସ୍‍ଆଇଏଚ୍‍ଏମ୍‍ର ଅଧିକାରୀ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଜିଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ହରି ନାରାୟଣ ପୂଜାରୀ, ଉପ ସଭାପତି ପ୍ରହଲ୍ଲାଦ ଶତପଥୀ, ପଦ୍ମ ଆଚାର୍ଯ୍ୟ, ଓମପ୍ରକାଶ ଚାନ୍ଦ, ରମାକାନ୍ତ ସେଠ, ଶତ୍ରୁଘ୍ନ ସିଂ, ହେମନ୍ତ ବେହେରା, ଆଇପିଓ ଜ୍ୟୋତିପ୍ରକାଶ ପରିଡ଼ା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

- Advertisement -

ସୂଚନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟାରେ କୋଶଳ କଳାମଣ୍ଡଳରେ ଦୁଲଦୁଲି କଳା ପରିଷଦ ପକ୍ଷରୁ ଆୟୋଜିତ ସପ୍ତମ ଲୋକ କଳା ଉତ୍ସବରେ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଯୋଗଦେବା ସହ ଗୁରୁବାର ସକାଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଯାଇ କୁଳପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ କୃଷି ବ୍ୟବସାୟୀ ଓ କ୍ଷୁଦ୍ର ମଧ୍ୟମ ଶିଳ୍ପଦ୍ୟୋଗୀଙ୍କ ସହ ଡିଆର୍‍ଡିଏରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories