www.samajalive.in
Sunday, December 14, 2025
19.1 C
Bhubaneswar

ଟିକାବାଲି ବ୍ଲକରେ ପଞ୍ଚାୟତ ସମିତି ପ୍ରଥମ ବୈଠକ

ଟିକାବାଲି: ଟିକାବାଲି ବ୍ଲକରେ ଥିବା ସମସ୍ଥ ବିଭାଗୀୟ ଅଧିକାରୀ ନେଇ ଏବଂ ନବନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ନେଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲିପ କହଁରଙ୍କ ଅଧ୍ୟକ୍ଷତାରେ ସମିତି ବୈଠକ ଅନୁଷ୍ଟିତ ହୋଇଯାଇଛି। ସମିତି ବୈଠକରେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ମଞ୍ଚାସିନ ଅତିଥିମାନେ ହେଲେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସାଧୁବେଣୀ ନାୟକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ପ୍ରସମିତା ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟା ନମିତା କହଁର, ସାଂସଦ ପ୍ରତିନୀଧି ସୃଜନ ନାୟକ, ବିଧାୟକ ପ୍ରତିନୀଧି ତନୁଜ ଭୋଇ ଏବଂ ଗୋଷ୍ଠି ଉନ୍ନୟନ ଅଧିକାରୀ ଫକିର ଚରଣ ପରିଡା।

ଏଥି ସହିତ ଟିକାବାଲି ବ୍ଲକରେ ଥିବା ସମସ୍ଥ ବିଭାଗର ବିଭାଗିୟ ଅଧିକାରୀ ଉପସ୍ଥିତ ରହି ବିଭାଗ ଦ୍ବାରା ବିଗତ ଆର୍ଥିକ ବର୍ଷରେ ହୋଇ ସାରିଥିବା କାର୍ଯ୍ୟ ଏବଂ ଚଳିତ ଆର୍ଥିକ ବର୍ଷରେ କେଉଁ କେଉଁ କାର୍ଯ୍ୟକ୍ରମ କରିବାର ଯୋଜନା ହାତକୁ ନିଆଯାଇଥିବା ବର୍ଣନା କରିଥିଲେ। ଟିକବାଲି ବ୍ଲକ ଅନ୍ତର୍ଗତ ଥିବା ସମସ୍ଥ ଗ୍ରାମପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଏବଂ ସମିତି ସଭ୍ୟସଭ୍ୟା ଉପସ୍ଥିତ ରହି ବିଭାଗୀୟ ଅଧିକାରୀ ମାନଙ୍କ ଦ୍ବାରା ଉପସ୍ଥାପିତ କାର୍ଯ୍ୟ ବିବରଣୀ ଉପରେ ଯୁକ୍ତି ବାଡିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories