www.samajalive.in
Monday, December 15, 2025
15.1 C
Bhubaneswar

ତାତି ଏମିତି, ଅଣ୍ଡା ହେଉଛି ଆମଲେଟ୍

ବଲାଙ୍ଗିର: ବଲାଙ୍ଗିର ସହରର ୧୫ ନମ୍ବର ୱାର୍ଡ। ବଲାଙ୍ଗିର ସହରରେ ତାତି କେତେ ତାହା ଜଣାଇବା ପାଇଁ ଅଭିନବ ପ୍ରୟାସ କରିଥିଲେ ସ୍ଥାନୀୟ ଯୁବକମାନେ। ଖରାରେ ଅଧ ଘଣ୍ଟା ଧରି ଏକ ତାୱା ରଖିଥିଲେ। ତା’ପରେ ଜଣେ ଯୁବକ ତାୱାରେ ଅଣ୍ଡା ଫଟାଇ ପକେଇଥିଲେ। ଆଉ ତାହା ଆମଲେଟ୍ ହେଇଯାଇଥିଲା। ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ତା’ ସହ ବଲାଙ୍ଗିରରେ ତାତି କେମିତି ତାହା ଜଣାପଡି ଯାଉଛି।

ତତଲା ତାୱାରେ ଭାଜି ହେଉଛି ସାରା ବଲାଙ୍ଗିର। ଜିଲାର ସମସ୍ତ ସ୍ଥାନରେ ପାରଦ ୪୦ ଡିଗ୍ରୀ ପାର କରି ସାରିଛି। ତାଳୁ ଫଟା ଖରା ସାଙ୍ଗକୁ ଝାଞ୍ଜି ପବନରେ ଜନ ଜୀବନ ଅସ୍ତବ୍ୟସ୍ତ। ଦିନ ୧୦ଟା ହେଲେ ଲୋକେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ କୌଣସି ଜରୁରୀ କାମରେ ପଦାକୁ ଗୋଡ଼ କାଢିଥିବା ଲୋକ କଲବଲ ହେଉଛନ୍ତି। ବଲାଙ୍ଗିର ଜିଲାରେ ଲାଗି ରହିଛି ରୌଦ୍ର ତାଣ୍ଡବ। ସକାଳ ପାହିଲେ ଦିନ ଦିପହର ଭଳି ଅନୁଭୂତ ହୋଇଛି। ଦିନକୁ ଦିନ ତାପମାତ୍ରା ବଢୁଥିବା ବେଳେ ଲୋକେ ଗ୍ରୀଷ୍ମପ୍ରବାହ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ ଜିଲାର ତାପମାତ୍ରା ୪୦ ଡିଗ୍ରୀରୁ ଉପରେ ରହିଛି। ଯେଉଁଥିରେ ଟିଟିଲାଗଡ଼ ଓ ବଲାଙ୍ଗିର ସହରର ତାପମାତ୍ରା ୪୪ ଡିଗ୍ରୀ ରହିଥିବା ସୂଚନା ମିଳିଛି। ଆଗକୁ ଆହୁରି ଖରା ବଢିବା ସମ୍ଭାବନା ରହିଥିବାରୁ ଲୋକଙ୍କ ମନରେ ଛନକା। ସହରରେ ଗରମ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ୍ ‘କଟା ଘାରେ ଚୁନ’ ଦେବା ସଦୃଶ ହୋଇଛି। ଅନ୍ୟପଟେ କିଛିଦିନ ତଳେ ସହର ମଧ୍ୟରେ ଥିବା ବହୁ ବର୍ଷ ପୁରୁଣା ଗଛ ଗୁଡିକୁ କଟାଯାଇଥିବା, ଜଙ୍ଗଲରେ ନିଆଁ ଲାଗିବା, ରାସ୍ତାଘାଟ ସବୁ କଂକ୍ରିଟ ହେବା ଯୋଗୁଁ ଏଭଳି ଗରମ ଅନୁଭୂତ ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଵିଷୟ ପାଲଟିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories