www.samajalive.in
Saturday, December 13, 2025
15.1 C
Bhubaneswar

ଯୁବ କଂଗ୍ରେସର ‘ୟଙ୍ଗ ଇଣ୍ଡିଆ କେ ବୋଲ’ ସିଜନ୍-୨ ଅଭିଯାନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାପତି ଦ୍ବାରିକା ମହାପାତ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ଜିଲ୍ଲା କଂଗ୍ରେସ ଭବନ ଠାରେ ରାଷ୍ଟ୍ରୀୟ ଓ ରାଜ୍ୟ ସ୍ତରୀୟ ଯୁବ ପ୍ରବକ୍ତା ସଂଗ୍ରହ ନିମନ୍ତେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୁତି ରଞ୍ଜନ ଲେଙ୍କାଙ୍କ ନିର୍ଦ୍ଦେଶ କ୍ରମେ ‘ୟଙ୍ଗ ଇଣ୍ଡିଆ କେ ବୋଲ’ ସିଜନ୍-୨ ଅଭିଯାନ ନବରଙ୍ଗପୁର ଜିଲ୍ଲାରେ ଶୁଭାରମ୍ଭ ହୋଇଛି। ଏହି କାର୍ୟ୍ୟକ୍ରମର ଓଡ଼ିଶା ଯୁବ କଂଗ୍ରେସ ସହ ପ୍ରଭାରୀ ଜାଭେଦ ଖାନ୍, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ରାକେଶ ସାହୁ, ପିସିସି ଉପ ସଭାପତି ସଦନ ନାୟକ, ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଜିଲ୍ଲା କଂଗ୍ରେସ ଉପ ସଭାପତି ଦିଲ୍ଲିପ କୁମାର ବେହେରା, କୋରାପୁଟ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ।

ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଲା ଗ୍ରାମାଞ୍ଚଳରେ କ୍ରମଶଃ ଲୁଚି ଯାଉଥିବା ଓ ହଜିଯାଇଥିବା ଯୁବ ପ୍ରତିଭାଙ୍କୁ ନେଇ ଜାତୀୟ ସ୍ତରରେ ପହଞ୍ଚାଇବା। ଫଳରେ ନିଜ ଅଞ୍ଚଳ ଠାରୁ ଆରମ୍ଭ କରି ଜାତୀୟ ସ୍ତରୀୟ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ଦୃଢ଼ ମତ ଉପସ୍ଥାପନ କରିପାରିବେ। ସାରାଦେଶରେ ଯୁବ ପ୍ରତିଭା ଓ ସାହାସୀ ଯୁବ ବର୍ଗଙ୍କୁ ଖୋଜି ବାହାର କରିବା ନିମନ୍ତେ ରାହୁଲ ଗାନ୍ଧୀଙ୍କ ଏହା ଏକ ଅଭିନବ ପରିକଳ୍ପନା ଅଟେ। ଏହି ପ୍ରକ୍ରିୟା ନିମନ୍ତେ ଗୁଗୁଲ୍ ଫର୍ମ ଚଳିତ ବର୍ଷ ମାର୍ଚ୍ଚ ୨୬ ତାରିଖ ଠାରୁ ମେ ୩୧ ତାରିଖ ପର୍ୟ୍ୟନ୍ତ ଜାରି କରାଯାଇଛି ଯାହାକି ମେ ୩୧ ତାରିଖ ସୁଦ୍ଧା ପୁରଣ କରାଯିବାର ସମୟ ସୀମା ଧାର୍ୟ୍ୟ କରାଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories