www.samajalive.in
Monday, December 15, 2025
16.1 C
Bhubaneswar

ଆହୁରି ତାତିବ ଓଡ଼ିଶା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଛି। ପ୍ରାୟ ସହରରେ ପାରଦ ଉପରମୁହଁା। ୪୨ ଓ ୪୩ ଡିଗ୍ରୀରୁ ତାପମାତ୍ରା ତଳକୁ ଖସୁନାହିଁ। ସୁବର୍ଣ୍ଣପୁର, ବୌଦ୍ଧ ଓ ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୪୪ଡିଗ୍ରୀ ଅତିକ୍ରମ କରୁଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୯ସ୍ଥାନରେ ଦିନ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ଆଜି ୪୪.୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ୨୨ଟି ସହରରେ ସ‌େ‌ର୍ବାଚ୍ଚ ଦିନ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ଆଗକୁ ୫ ଦିନ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶା ଜଳିବ। ତାତିରୁ ନିସ୍ତାର ମିଳିବନି। ଏଠାରେ ସର୍ବାଧିକ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଗ୍ରୀଷ୍ମ ଲହରୀ ଯୋଗୁଁ ଜନଜୀବନ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି। କିନ୍ତୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଗ୍ରୀଷ୍ମ ଲହରୀର ଆଶଙ୍କା ନାହିଁ। ଏହି ସମୟ ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ଜନିତ ବିଜୁଳି ଘଡଘଡି ସହ ଝଡବର୍ଷାର ସମ୍ଭାବନା ରହିଛି। ଫଳରେ ସର୍ବାଧିକ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୋଳ, ଦେବଗଡ, ସୁବର୍ଣ୍ଣପୁର ଏବଂ ବଲାଙ୍ଗୀର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ। ଉପରୋକ୍ତ ଜିଲାଗୁଡିକୁ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଅତି ଜରୁରୀ କାମ ନ ଥିଲେ ପଦାକୁ ବାହାରିବାକୁ ବାରଣ କରାଯାଇଛି। ପାଣିପାଗ ବିଭାଗ ସୂଚନା ଆଧାରରେ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ବୌଦ୍ଧ ପରେ ଝାରସୁଗୁଡା, ବଲାଙ୍ଗିର, ଅନୁଗୋଳ, ଟିଟିଲାଗଡ ଉତ୍ତପ୍ତ ହୋଇଛି। ଏଠାରେ ସର୍ବାଧିକ ଦିନ ତାପମାତ୍ରା ୪୪ ଡିଗ୍ରୀ ଛୁଇଁବାକୁ ବସିଛି। ଆଜି ଅନୁଗୋଳ ୪୩.୧, ବାରିପଦାରେ ୪୩.୮, ଝାରସୁଗୁଡ଼ାରେ ୪୩.୯, ସମ୍ବଲପୁର ଓ କେନ୍ଦୁଝରରେ ୪୩.୧, ସୁନ୍ଦରଗଡ଼ ୪୩, ବଲାଙ୍ଗୀର ୪୩.୮, ଟିଟିଲାଗଡ଼ ୪୩.୫ ଓ ସୁବର୍ଣ୍ଣପୁର ୪୩.୬, ହୀରାକୁଦ ୪୨.୩ , ଭବାନୀପାଟଣାରେ ୪୨, ଦେବଗଡ଼ ୪୨.୮, ବରଗଡ଼ ୪୨, ଓ ଖୋର୍ଦ୍ଧା ୪୨, ନୂଆପଡା ୪୧, ଢେଙ୍କାନାଳ ୪୦.୬, ଯାଜପୁର ୪୧, ଭଦ୍ରକ, ୪୧, ରାୟଗଡା ୪୦.୧, ପାରଳାଖେମୁଣ୍ଡି ୪୧.୭, ନୟାଗଡ ୪୧, ଭୁବନେଶ୍ବର ୩୯.୬ ଏବଂ କଟକ ୩୮.୮ ଡିଗ୍ରୀ ସେଲସିୟସ ପାରଦ ରେକର୍ଡ ହୋଇଛି। ଗ୍ରୀଷ୍ମପ୍ରବାହ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଅନ୍ୟପଟେ ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, ନୟାଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବଜ୍ରପାତ ସହ ବର୍ଷା ପବନ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ଅନୁଯାୟୀ ଆସନ୍ତା ୫ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ଅଧିକ ରହିପାରେ। ଉପକୂଳର ଅଳ୍ପ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ସ୍ବାଭାବିକରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

- Advertisement -

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବତନ ନିର୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ଆଭ୍ୟନ୍ତରୀଣ ଓଡ଼ିଶାରେ ୨୮ତାରିଖ ବେଳକୁ ୪୫ ଡିଗ୍ରୀ ତାପମାତ୍ରା ଛୁଇଁବାକୁ ଥିବାବେଳେ ଯଦିଓ ସାମୁଦ୍ରିକ ପବନ ଉପକୂଳ ଆଡକୁ ମୁହଁାଇବ ତେବେ ଉପକୂଳରେ ତାପମାତ୍ରା କମିବ। ନଚେତ ଉପକୂଳ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇ ୪୫ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଉପକୂଳରେ ତାପମାତ୍ରା ପରିବର୍ତ୍ତନ ହେବନି କିନ୍ତୁ ଟିକିଏ ତାପମାତ୍ରା ହ୍ରାସ ପାଇପାରେ। ଆଭ୍ୟନ୍ତରୀଣରେ ତାପମାତ୍ରା ଅଧିକ ବଢିବ।
ଏପ୍ରିଲ ଓ ମେ ମାସରେ ସ୍ବାଭାବିକ ତାପମାତ୍ରା ଅଧିକ ରହିଥାଏ। ଗୁରୁଚାପ ବଳୟ ତଥା ପଶ୍ଚିମାଝଡ ପ୍ରଭାବରେ ଶୁଷ୍କବାୟୁ କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ଭାରତର ଭୂଖଣ୍ଡକୁ ପ୍ରବାହିତ ହୋଇଥାଏ। ଜାନୁଆରୀ ୧୪ ପରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ଏପ୍ରିଲ ଓ ମେ ସେହି ଅଞ୍ଚଳରେ ଶୁଷ୍କ ବାୟୁ ପ୍ରବାହିତ ହୋଇଥିବାରୁ ରାଜସ୍ଥାନ, ଗୁଜରାଟ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଅଧିକ ଗରମ ହୋଇଥାଏ। ସେହି ଅଞ୍ଚଳକୁ ଶୁଷ୍କ ଉତ୍ତପ୍ତ ବାୟୁ ଓଡ଼ିଶାକୁ ପ୍ରବାହିତ ହେଲେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବଢିଥାଏ। କିନ୍ତୁ ଉପକୂଳରେ ତାପମାତ୍ରା ସାମୁଦ୍ରିକ ବାୟୁ ପ୍ରବାହ ଉପରେ ନିର୍ଭର କରେ। ସାମୁଦ୍ରିକ ବାୟୁ ପ୍ରବାହ କମିଲେ ଉପକୂଳରେ ତାପମାତ୍ରା ବୃଦ୍ଧି ପାଇଥାଏ ଏବଂ ସାମୁଦ୍ରିକ ବାୟୁ ପ୍ରବାହ କଲେ ସର୍ବାଧିକ ତାପମାତ୍ରା କମ ରହେ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories