www.samajalive.in
Monday, December 15, 2025
27.1 C
Bhubaneswar

କିଛି ଈର୍ଷାଳୁ ମୋର ବିଫଳତା ଚାହୁଁଥିଲେ: ଶାସ୍ତ୍ରୀ

ଲଣ୍ଡନ୍‌: ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ। ମଝିରେ ଗୋଟିଏ ବର୍ଷ ଅନୀଲ କୁମ୍ବଲେ ଏହି ଦାୟିତ୍ବ ସମ୍ଭାଳିଥିଲେ। ପ୍ରଶିକ୍ଷକ ଭାବେ ତାଙ୍କ ଅଭିଜ୍ଞତା ବିଷୟରେ ଇଂଲଣ୍ଡର ସମ୍ବାଦପତ୍ର ‘ଦି ଗାର୍ଡିଆନ୍‌’କୁ ସାକ୍ଷାତ୍‌କାର ଦେଇ ଶାସ୍ତ୍ରୀ କହିଛନ୍ତି ଯେ ଭାରତରେ ଏକ ଗୋଷ୍ଠୀ ଥିଲେ; ଯେଉଁମାନେ ଚାହୁଁଥିଲେ ଯେ ପ୍ରଶିକ୍ଷକ ଭାବେ ସେ ବିଫଳ ହୁଅନ୍ତୁ। ରବି ଶାସ୍ତ୍ରୀଙ୍କ ଭାଷା​‌େ​‌ର, ମୋର ଲେଭ୍‌ଲ-୧, ଲେଭ୍‌ଲ-୨ ପରି ପ୍ରଶିକ୍ଷଣ ପ୍ରମାଣପତ୍ର ନଥିଲା। ଭାରତ ପରି ଦେଶରେ ଈର୍ଷାଳୁ ବ୍ୟକ୍ତିଙ୍କର ଏକ ଗୋଷ୍ଠୀ ଥିଲେ; ଯେଉଁମାନେ ସର୍ବଦା ଚାହୁଁଥିଲେ ଯେ ପ୍ରଶିକ୍ଷକ ଭାବେ ମୁଁ ବିଫଳ ହୁଏ। ହେଲେ ​‌ମୋର ମୋଟା ଚମଡ଼ା ଥିଲା। ଡ୍ୟୁକ୍‌ସ ବଲ୍‌ ଉପରେ ଥିବା ଚମଡ଼ାଠାରୁ ମଧ୍ୟ ମୋର ଚମଡ଼ା ମୋଟା ଥିଲା। ପ୍ରଶିକ୍ଷକ ଭାବେ ମୋର ଅଭିଜ୍ଞତାରୁ କହୁଛି ଯେ କ୍ରିକେଟ୍‌ ଦୁନିଆର ସମସ୍ତ ଜାତୀୟ ଦଳ ଏକାପ୍ରକାର ପରିଚାଳିତ ହୋଇଥାଆନ୍ତି। ହେଲେ ପ୍ରଶିକ୍ଷକ ଭାବେ ସଫଳ ହେବାକୁ ତୁମକୁ ଅତ୍ୟନ୍ତ ସାହସୀ ଓ ନିର୍ଦୟ ହେବାକୁ ପଡ଼ିବ।

ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ମୁଁ ବହୁତ କଠୋର ଥିଲି। ରବି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଥିବା ବେଳେ ଅଷ୍ଟ୍ରେଲିଆ ମାଟିରେ ଭାରତ କ୍ରମାଗତ ୨ଟି ଟେଷ୍ଟ ଶୃଙ୍ଖଳା ଜିତିଥିଲା। କିପରି ଖେଳିବାକୁ ହେବ; ଏହାକୁ ନେଇ ମୋର ନୀତି ସ୍ପଷ୍ଟ ଥିଲା। ଆକ୍ରମଣାତ୍ମକ ମନୋଭାବରେ ନିର୍ଦୟ କ୍ରିକେଟ୍‌ ଖେଳ, ଫିଟ୍‌ନେସ୍‌ ସ୍ତରକୁ ବଢ଼ାଅ ଏବଂ ଏପରି ପେସ୍ ବୋଲର ଦଳରେ ରହିବେ; ଯେଉଁମାନେ ୨୦ଟି ୱିକେଟ ନେଇପାରିବେ। ଅଷ୍ଟ୍ରେଲିଆ ପରି ଦଳ ବିପକ୍ଷରେ ଖେଳିବା ପାଇଁ ମନୋଭାବ ବେଶ୍‌ ଦୃଢ଼ ରହିବା ଆବଶ୍ୟକ। ମୋ ଖେଳାଳିଙ୍କୁ ସ୍ପଷ୍ଟଭାବେ କହି ଦେଇଥିଲି ଯେ ଯଦି ଅଷ୍ଟ୍ରେଲୀୟ ଗୋଟିଏ ବି ଅଶ୍ଳୀଳ ଶବ୍ଦ କହନ୍ତି; ତୁମେ ୩ଟି କୁହ। ଗୋଟିଏ ତାଙ୍କ ଭାଷାରେ ଏବଂ ୨ଟି ଆମ ଭାଷାରେ। ସୂଚନାଯୋଗ୍ୟ; ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ପୂରଣ ପରେ ରାହୁଲ ଦ୍ରାବିଡ଼ ଏବେ ଦଳର ମୁଖ୍ୟ ପ୍ରଶିକ୍ଷକ ଅଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories