www.samajalive.in
Sunday, December 7, 2025
18.1 C
Bhubaneswar

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା; ନିରଞ୍ଜନଙ୍କ ଜାମିନ ଖାରଜ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ହତ୍ୟା ମାମଲାରେ ଗିରଫ ହୋଇ ଭଦ୍ରକ ଜେଲରେ ଥିବା ପୂର୍ବତନ ସୂଚନା ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନକୁ ଭଦ୍ରକ ଜିଲ୍ଲା ଜଜ ଖାରଜ କରିଛନ୍ତି । ନିରଞ୍ଜନଙ୍କ ଜାମିନ ଆବେଦନକୁ ଚାନ୍ଦବାଲି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଖାରଜ କରିବା ପରେ ସେ ଭଦ୍ରକ ଜିଲ୍ଲା ଜଜଙ୍କ କୋର୍ଟରେ ଆବେଦନ କରିଥିଲେ । ହେଲେ ସେଠାରେ ମଧ୍ୟ ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି । ନିରଞ୍ଜନଙ୍କ ଓକିଲ ରମଣିକାନ୍ତ ପଟ୍ଟନାୟକ ପ୍ରାଥମିକ ଭାବେ ଦିଆଯାଇଥିବା ଏତେଲାରେ ତାଙ୍କ ନାମ ନଥିବାରୁ ତାଙ୍କୁ ଜାମିନରେ ଛାଡିବାକୁ ନିବେଦନ କରିଥିଲେ । ଏହି ଚାଞ୍ଚଲ୍ୟକର ମାମଲାଟିକୁ କ୍ରାଇମବ୍ରାଞ୍ଚ ଦ୍ବାରା  ତଦନ୍ତ ଚାଲୁ ରହି ଥିବାରୁ ମାନ୍ୟବର ଜିଲ୍ଲା ଜଜ ତାଙ୍କ ଜାମିନ ଦରଖାସ୍ତକୁ ଖାରଜ କରି ଦେଇଛନ୍ତି । ଅନ୍ୟପଟେ ପରମେଶ୍ବର ନାୟକ, ଭାଗ୍ୟବାନ ସାହୁ, ନିଲୁ ଓରଫ ବିବେକ ନାୟକ, କୃଷ୍ଣଚନ୍ଦ୍ର ନାୟକଙ୍କ ଜାମିନ ଆବେଦନ ଆଜି ଜିଲ୍ଲା ଜଜଙ୍କ ଅଦାଲତରେ ଶୁଣାଣି ପାଇଁ ଥିଲେ ବି କ୍ରାଇମବ୍ରାଞ୍ଚ ସି.ଡି.ନ ଦେବାରୁ ପରବର୍ତ୍ତୀ ଶୁଣାଣିକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦେଇଛନ୍ତି ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories