ମହାତ୍ମା ସାଧୁ ସୁନ୍ଦର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଚୌଦ୍ୱାର:  କୁଜୀବରସ୍ଥିତ ମହାପୁରୁଷ ସାଧୁସୁନ୍ଦର ଦାସଙ୍କ ସିଦ୍ଧପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି  । ଏହି ଉପଲକ୍ଷେ ପ୍ରଭାତରୁ ସୂର୍ଯ୍ୟପୂଜା, ଗୋ ପୂଜନ, କଳସ ଶୋଭାଯାତ୍ରା, ଯଜ୍ଞକୁଣ୍ଡରେ ପବିତ୍ର ଅଗ୍ନି ସ୍ଥାପନ ଆଦି ବହୁବିଧ କାର୍ଯ୍ୟକ୍ରମ ରୀତିନୀତିରେ ଅନୁଷ୍ଠିତ ହୋଇଥିଲା  । ପୂର୍ବାହ୍ନରେ ମହାପୁରୁଷ ସୁନ୍ଦରା ବାବାଙ୍କ ପ୍ରିୟ ପ୍ରସିଦ୍ଧ ଦହି ପଖାଳ, ମଉନ ଭୋଗ, ଶାଗଭଜା ଭୋଗ ଲାଗି ହେବା ସହିତ ମଧ୍ୟାହ୍ନରେ  ପ୍ରସ୍ତୁତ ପ୍ରସାଦକୁ  ଶ୍ରଦ୍ଧାଳୁ ମାନଙ୍କୁ ବିତରଣ କରାଯାଇଥିଲା  । ସଂଧ୍ୟାରେ ଯଜ୍ଞ ପୂର୍ଣ୍ଣାହୁତି  ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ଆଳତୀ ସଂଘର ସଦସ୍ୟବୃନ୍ଦ ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  । ଏହି ଅବସରରେ ରୋଟାରୀ କଟକ ଅଭିନବ ତରଫରୁ ସିଦ୍ଧପୀଠ ଓ ଏଥି ସଂଲଗ୍ନ ହନୁମାନ ହୁଡ଼ାରେ ନିର୍ମିତ ଦୁଇଟି ସୋଲାର ଲାଇଟ୍‌କୁ ଲୋକାର୍ପଣ କରାଯାଇଥିଲା  । ଇଂ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଜୀବନ ପଟ୍ଟନାୟକ,ସୁଧାଂଶୁ ଶୋଖର ଜେନା,ମଠ ମାରଫତଦାର ଶରତ ଚନ୍ଦ୍ର ସାହୁଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା  । ବାସୁଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ  ।

kalyan agarbati

Comments are closed.