ନୂଆପଡ଼ା, କଳାହାଣ୍ଡି ସବୁଠୁ ଗରିବ ଜିଲା
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ସ୍ବୀକାରୋକ୍ତି
ଭବାନୀପାଟଣା : ନୂଆପଡ଼ା ସବୁଠୁ ଗରିବ ଜିଲା। ତା ପଛକୁ କଳାହାଣ୍ଡି। ବଲାଙ୍ଗିର ଓ ବୌଦ୍ଧ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ଗରିବ ଜିଲା। ଏହା କହିଛନ୍ତି ଅନଗ୍ରସର ପଶ୍ଚିମାଞ୍ଚଳର ବିକାଶ ଦାୟିତ୍ବ ନେଇଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଡ.ଅଜିତ କୁମାର ମିଶ୍ର। ତେବେ କେବଳ ବିକଳ୍ପ କୃଷି ଜରିଆରେ ଏହି ଜିଲାଗୁଡ଼ିକରେ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ.ଅଜିତ କୁମାର ମିଶ୍ର। ‘ସମାଚାର ଜଷ୍ଟ କ୍ଲିକ’ ପକ୍ଷରୁ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଆଲୋଚନା ‘ଚାଲ ଦେଖମା ଆମର କଳାହାଣ୍ଡି’ ଅବସରରେ ସେ ଏହା କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଡ. ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗ ଦେଇ ପଶ୍ଚିମ ଓଡ଼ିଶାରେ ଅନଗ୍ରସରତାର ବିଭିନ୍ନ ଦିଗ ଉପରେ ତଥ୍ୟଭିତ୍ତିକ ଆଲୋଚନା କରିଥିଲେ। ସେ କହିଥିଲେ ଯେ ପାଇପ ଜଳଯୋଗାଣ କ୍ଷେତ୍ରରେ ରାଜ୍ୟ ହାର ୩୨% ଥିବାବେଳେ କଳାହାଣ୍ଡି ହାର ୨୦% । ବିଦ୍ୟୁତ ସଂଯୋଗ କ୍ଷେତ୍ରରେ ରାଜ୍ୟ ହାର ୯୮% ଥିବା ବେଳେ କଳାହାଣ୍ଡି ଜିଲା ହାର ୯୬%। ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ହାର ରାଜ୍ୟରେ ୨୩% ହୋଇଥିବା ବେଳେ କଳାହାଣ୍ଡି ଜିଲାରେ ଏହା ୩୩%। ଜନ୍ମହାର ହ୍ରାସ କ୍ଷେତ୍ରରେ ରାଜ୍ୟ ହାର ୧୮% ହୋଇଥିବା ବେଳେ କଳାହାଣ୍ଡିରେ ଏହା ୨୧%। ଶିଶୁଙ୍କ ଅପପୁଷ୍ଟି ହାର ରାଜ୍ୟରେ ୩୪% ହୋଇଥିବା ବେଳେ କଳାହାଣ୍ଡିରେ ଏହା ୪୦%। ୱେଲନେସ କ୍ଷେତ୍ରରେ ରାଜ୍ୟହାର ୭୨% ହୋଇଥିବା ବେଳେ କଳାହାଣ୍ଡି ହାର ୫୨%। ଓଡ଼ିଶାର ଗରିବୀ ହାର ୩୫.୮% ଥିବା ବେଳେ କଳାହାଣ୍ଡି ଜିଲା ହାର ୫୨%।
ବିକଳ୍ପ କୃଷି, ପିଜୁଳି ଓ ଅଦା ଚାଷକୁ ପ୍ରୋତ୍ସାହନ ଦେଇ ପ୍ୟାକେଜ ଓ ବ୍ରାଣ୍ଡିଂ ପାଇଁ ଉଦ୍ୟମ ଓ ଇନ୍ଦ୍ରାବତୀ ଜଳଭଣ୍ଡାରରେ ମାଛ ଚାଷ ମାଧ୍ୟମରେ କଳାହାଣ୍ଡି ଜିଲାର ବିକାଶ ସାଧିତ ହୋଇପାରିବ ବୋଲି ଡ.ଦାଶ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଜାତୀୟ କୃଷକ ଆୟୋଗର ପୂର୍ବତନ ସଦସ୍ୟ ଜଗଦୀଶ ପ୍ରଧାନ କହିଲେ ଯେ କଳାହାଣ୍ଡି ପୂର୍ବରୁ ଭୋକର ଭୂଗୋଳ ନଥିଲା । ୧୯୪୩ରୁ ୧୯୪୭ ମସିହା ପର୍ଯ୍ୟନ୍ତ ଏଠାରୁ ପ୍ରତି ବର୍ଷ ୨ ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟ ବାହାରକୁ ପଠା ଯାଉଥିଲା । ଜାତୀୟ ସ୍ତରରେ ବାର୍ଷିକ ବୃଷ୍ଟିପାତ ହାର ୧୩୭୮ ମି.ମି. ଥିବା ବେଳେ କେବଳ ଥୁଆମୂଳ ରାମପୁର ବ୍ଲକରେ ଏହା ୨୪୫୦ ମି.ମି। ଗତ ୧୦ ବର୍ଷରେ ଭାରତୀୟ ଖାଦ୍ୟ ନିଗମ ୨୫% ଧାନ କେବଳ କଳାହାଣ୍ଡି, ସମ୍ବଲପୁର, କୋରାପୁଟ, ବଲାଙ୍ଗିର ଜିଲାରୁ ସଂଗ୍ରହ
Comments are closed.