www.samajalive.in
Sunday, December 7, 2025
23.1 C
Bhubaneswar

କଲବଲ ହେଉଛନ୍ତି ପାକିସ୍ତାନବାସୀ; ଦିନକୁ ୮ରୁ ୧୨ ଘଣ୍ଟା ହେଉଛି ବିଦ୍ୟୁତ୍‌ କାଟ୍‌

ନୂଆଦିଲ୍ଲୀ: ଘୋର ବିଜୁଳି ସଙ୍କଟ ଭିତରେ ଗତି କରୁଛନ୍ତି ପାକିସ୍ତାନବାସୀ । ପ୍ରତ୍ୟେକ ଦିନ ୮ରୁ ୧୨ ଘଣ୍ଟା ପାକିସ୍ତାନରେ ବିଜୁଳି କାଟ ହେଉଥିବା ଜଣାପଡ଼ିଛି । ବିଦ୍ୟୁତ ଯୋଗାଣ ବ୍ୟାହତ କାରଣରୁ ପାକିସ୍ତାନବାସୀ ବିଦ୍ୟୁତ୍‌ କାଟର ସମ୍ମୁଖିନ ହେଉଛନ୍ତି । ଲାହୋର, କ୍ୱେତା, ରାଓ୍ୱଲପିଣ୍ଡି, କରାଚି, ବାଦିନ, ପେଶଓ୍ୱାର, ମୁଲତାନ ପରି ଅନେକ ସହରରେ ବର୍ତ୍ତମାନ ବିଦ୍ୟୁତ୍‌ କାଟ ହେଉଛି । ସୂଚନା ଅନୁଯାୟୀ ନ୍ୟାସନାଲ ଗ୍ରୀଡରୁ ୩୦୦ ମେଗାଓ୍ୱାର୍ଟ ବିଦ୍ୟୁତ ଯୋଗାଣରେ ବ୍ୟାହତ ହେଉଥିବାରୁ ପାକିସ୍ତାନରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଦେଶକୁ ୧୯ ହଜାର ମେଗାୱାଟ୍‌ ବିଦ୍ୟୁତ୍‌ ଆବଶ୍ୟକ ଥିବା ବେଳେ ମାତ୍ର ୧୭ ହଜାର ମେଗାଓ୍ୱାଟ୍‌ ବିଜୁଳି ଉତ୍ପନ୍ନ ହେଉଥିବା କହିଛି ପାକିସ୍ତାନ । ତେଣୁ ବର୍ତ୍ତମାନ ପାକିସ୍ତାନର ସହରାଞ୍ଚଳରେ ୮ରୁ ୯ ଘଣ୍ଟା ବିଦ୍ୟୁତ୍‌ କାଟ ହେଉଥିବା ବେଳ ଗ୍ରାମାଞ୍ଚଳରେ ୧୦ରୁ ୧୨ ଘଣ୍ଟା ବିଦ୍ୟୁତ୍‌ କାଟ ହେଉଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories