ଦିଗପହଣ୍ଡିରେ ଏକାସଙ୍ଗେ ଦୁଇଜଣଙ୍କୁ ହତ୍ୟା !

ବ୍ରହ୍ମପୁର: ଦିଗପହଣ୍ଡି ଥାନା ଚଷାନିମଖାଣ୍ଡି ଗାଁ ନିକଟରୁ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଦୁଇ ଜଣଙ୍କୁ ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ତେବେ ମୃତକ ଦୁଇଜଣ ପାଳଝାଡ଼ି ଗାଁର ହୋଇଥିବା ବେଳେ ମୃତକ ଦ୍ୱୟ ହେଲେ ସୁଧୀର ପାତ୍ର ଓ ସୁଦର୍ଶନ ସୁଆର ।  ଉଭୟଙ୍କୁ ଉଦ୍ଧାର ପରେ ଡାକ୍ତରଖାନା ନିଆଯାଇଥିଲା । ହେଲେ ଡାକ୍ତରଦୁଇ ଜଣକଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ପରିବାର ପକ୍ଷରୁ ଦିଗପହଣ୍ଡି ଥାନାରେ ହତ୍ୟା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚିଥଇବା ବେଳେ ତଦନ୍ତ ଚଳାଇଛି ।

kalyan agarbati

Comments are closed.