ଜି ଉଦୟଗିରି: ଜି ଉଦୟଗିରି ପଞ୍ଚାୟତ ସମିତି ଗ୍ରେସିଙ୍ଗିଆ ଗ୍ରାମ ପଞ୍ଚାୟତ ସ୍ଥିତ ଆରାସ୍ମିନ୍ ଜନତା ଉଚ୍ଚ ବିଦ୍ୟାଳୟ ପରିସରରେ ଅନ୍ତରଙ୍ଗ ଆନୁକୁଲ୍ୟରେ ବିଶ୍ଵ ପୃଥିବୀ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହମ୍ମଦ ଜାମିଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଶ୍ୱ ପୃଥିବୀ ଦିବସରେ ମୁଖ୍ୟ ଅତିଥି ଭାବେ ବନାଞ୍ଚଳ ଅଧିକାରିଣୀ ମିନାକ୍ଷୀ କୁମୂରା ଓ ଅନ୍ୟତମ ଅତିଥି ଭାବେ ବନପାଳ ରଶ୍ମିତା ବକ୍ସି ଉପସ୍ଥିତ ରହି ସମ୍ପ୍ରତି ପରିସ୍ଥିତିରେ ଦିନକୁ ଦିନ ଜଙ୍ଗଲକୁ ଯେଉଁ ପରି ଭାବରେ କ୍ଷୟ କରାଯାଉଛି ସେହି ବିଷୟରେ କହିଥିଲେ। ଫଳରେ ବଡ଼ ବଡ଼ ସହରରେ କଳକାରଖାନା ତିଆରି କରିବା ଦ୍ଵାରା ବାୟୁ ପ୍ରଦୂଷଣ ହେଉଥିବା ବେଳେ କନ୍ଧମାଳ ସେଥି ମଧ୍ୟରୁ ନିଆରା।
ଏଠାରେ ପ୍ରକୃତିରୁ ବନରାଜ୍ ବାସ୍ତବରେ ଅତ୍ୟନ୍ତ ମନୋରମ। ବାସ୍ତବରେ ବଡ଼ ବଡ଼ ସହରରେ କଂକ୍ରିଟ ରାସ୍ତା ଯୋଗୁଁ ଜଳ ମାଟି ଭେଦ କରି ପାରୁନଥିବାରୁ କନ୍ଧମାଳ ବାସ୍ତବରେ ଅଲଗା ଅଟେ। ଏହା ପ୍ରାକୃତିକ ସମ୍ପଦରେ ଭରପୁର। ଏଣୁ ପରିବେଶର ସୁରକ୍ଷା ଉପରେ ଛାତ୍ରଛତ୍ରୀମାନଙ୍କୁ ସଚେତନତା କରାଇଥିଲେ। ଆଗକୁ ପୃଥିବୀ ଧ୍ଵଂସ ହେବାକୁ ଯାଉଥିବାରୁ ଏହାକୁ କିପରି ରକ୍ଷା କରାଯାଇ ପାରିବ ସେ ଦିଗରେ ଏକ ପ୍ରବନ୍ଧ ରେ ମୋଟ ୧୭ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପରେ ମୁଖ୍ୟ ଅତିଥି ଶ୍ରୀମତି କୁମୁରା ଛାତ୍ରଛତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଅନ୍ତରଙ୍ଗର ସମ୍ପାଦକ ହୃଷୀକେଶ ପ୍ରଧାନ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ରାକେଶ କୁମାର ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ।



