www.samajalive.in
Monday, December 15, 2025
15.1 C
Bhubaneswar

ଭୀମ ଭୋଇ ମେଡିକାଲ କଲେଜର ନୂଆ ହଷ୍ଟେଲ ଛାତରୁ ପଡ଼ି ଏମ୍‍ବିବିଏସ୍‍ ଛାତ୍ରଙ୍କ ମୃତ୍ୟୁ

ବଲାଙ୍ଗିର: ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ପାଠ ପଢ଼ୁଥିବା ଜଣେ ଏମ୍‍ବିବିଏସ୍‍ ଛାତ୍ର ହଷ୍ଟେଲ ଛାତରୁ ଖସି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେବେ ଏହା ଅସାବଧାନତାରୁ ମୃତ୍ୟୁ ନା ଆତ୍ମହତ୍ୟା, ତାହା ସ୍ପଷ୍ଟ ହୋଇପାରି ନାହିଁ। ଛାତ୍ରଙ୍କ ମୃତ୍ୟୁ ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଶୁକ୍ରବାର ଦିନ ପ୍ରାୟ ୩ଟା ବେଳେ ମଧ୍ୟାହ୍ନ ଭୋଜନ କରି ଭୀମ ଭୋଇ ମେଡିକାଲ କଲେଜର ଛାତ୍ରମାନେ ବିଶ୍ରାମ ନେଇଥିଲେ। ନୂଆ ହଷ୍ଟେଲରେ ରହୁଥିବା ନିଶାନ୍ତ କୁମାର ନଶୋଇ ଛାତ ଉପରକୁ ଯାଇଥିଲେ। ସେ ତଳେ ପଡ଼ି ଯାଇଥିଲେ ବି ଦେହରେ ଟିକିଏ ବି ଦାଗ କି ରକ୍ତ ବାହାରି ନାହିଁ। ତାଙ୍କ ସାଥୀମାନଙ୍କୁ ଏସଂପର୍କରେ ଅନ୍ୟମାନେ ଜଣାଇବା ପରେ ଗୁରୁତର ଅବସ୍ଥାରେ ହରିୟାଣାର ମୂଳବାସିନ୍ଦା ନିଶାନ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିଶାନ୍ତଙ୍କ ମୃତ୍ୟୁକୁ ବନ୍ଧୁମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସେମାନେ କିଛି କହିବାକୁ ଚାହୁଁ ନଥିବା ବେଳେ ସହରାଞ୍ଚଳ ପୁଲିସକୁ ଖବର ଦିଆଯାଇଛି। ପୁଲିସ ଆବଶ୍ୟକ ଯାଞ୍ଚ ପରେ ମୃତ ନିଶାନ୍ତଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଇଛି। ସମସ୍ତେ ବିଶ୍ରାମ ନେଇଥିବା ବେଳେ ମୃତ ନିଶାନ୍ତ ଛାତ ଉପରକୁ କାହିଁକି ଯାଇଥିଲେ ଓ କେମିତି ତଳେ ପଡ଼ିଲେ ତାହା ଜଣାପଡ଼ି ପାରୁ ନାହିଁ।

- Advertisement -

ସୂଚନାଯୋଗ୍ୟ ଯେ, କିଛି ମାସ ତଳେ ଭୀମ ଭୋଇ ମେଡିକାଲରେ ପଢ଼ୁଥିବା ଜଣେ ଛାତ୍ରୀ ମଧ୍ୟ ହଷ୍ଟେଲ ପରିସରରେ ଆତ୍ମହତ୍ୟା କରିଥିଲେ। କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ହଷ୍ଟେଲ ଅନ୍ତେବାସୀଙ୍କୁ ସ୍ତବ୍ଧ କରିଦେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories