ଜ୍ୟୋତିଷ ଶାସ୍ତ୍ରରେ ଧନର ଦେବୀ ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଓ ଘରେ ସକରାତ୍ମକ ଶକ୍ତି ପାଇଁ ଅନେକ ଉପାୟ ରହିଛି। ଏହି ଉପାୟ ଗୁଡିକୁ ଆପଣାଇବା ଦ୍ୱାରା ଧନସମ୍ପତ୍ତିର ଅଭାବ ହୋଇନଥାଏ। ଘରେ ସର୍ବଦା ସୁଖସମୃଦ୍ଧି ରହିଥାଏ। ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ଜାଣନ୍ତୁ…….
ଘରେ ପ୍ରତିଦିନ କର୍ପୂର ଜଳାନ୍ତୁ। କର୍ପୂର ନକରାତ୍ମକ ଶକ୍ତିକୁ ଦୂର କରିଥାଏ।
ସନ୍ଧ୍ୟା ସମୟରେ ତେଲର ଦୀପ ଲଗାନ୍ତୁ। ଏଥିରେ ସାମାନ୍ୟ ଲବଙ୍ଗ ପକାନ୍ତୁ। ଏହା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ପ୍ରତ୍ୟେକ ଦିନ ପକ୍ଷୀଙ୍କୁ ଦାନା ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା କର୍ମକ୍ଷେତ୍ରରେ ଉନ୍ନତି ସହ ଜୀବନରେ ଥିବା ଅନେକ ବାଧା ଦୂର ହୋଇଥାଏ। ସୁଖ ସମୃଦ୍ଧି ଆସିଥାଏ।
ରୁଟି ସେକିବା ପୂର୍ବରୁ ସେହି ତାୱାରେ ସାମାନ୍ୟ କ୍ଷୀର ପକାନ୍ତୁ। ଏହାସହ ପ୍ରଥମ ରୁଟି ସର୍ବଦା ଗାଈଙ୍କୁ ଦିଅନ୍ତୁ। ଏହାଦ୍ୱାରା ମାଆ ଲକ୍ଷ୍ମୀ ସନ୍ତୁଷ୍ଟ ହେବା ସହ ଘରେ ଉନ୍ନତି ହୋଇଥାଏ।
ସପ୍ତାହକୁ ଥରେ ଘରେ ନିଶ୍ଚୟ ଝୁଣା ଧୂଆଁ ଦିଅନ୍ତୁ। ଏହାଦ୍ୱାରା ମନ ପ୍ରସନ୍ନ ହୋଇଥାଏ। ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଏହାସହ ପ୍ରତ୍ୟେକ ଗୁରୁବାର ମା’ବୃନ୍ଦାବତୀଙ୍କୁ କ୍ଷୀର ଅର୍ପଣ କରନ୍ତୁ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଖୁବ ଉନ୍ନତି ହୋଇଥାଏ।
ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଶୁକ୍ରବାର ଦିନ ବିଧିବିଧାନ ପୂର୍ବକ ମା’ଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଏହାସହ ମା’ଙ୍କ ନିକଟରେ କ୍ଷୀରରେ ପ୍ରସ୍ତୁତ ମିଠା କିମ୍ବା ଖିରୀ ଭୋଗ ଲଗାନ୍ତୁ। ନିଜ ସକ୍ଷମ ଅନୁଯାୟୀ ଅସହାୟଙ୍କୁ ଖାଦ୍ୟ ଦାନ କରନ୍ତୁ। ଏହାଦ୍ୱାରା ଧନର ଆଦୌ ଅଭାବ ହେବ ନାହିଁ।
ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ନିକଟରେ ସୋରିଷ ତେଲର ଦୀପ ଲଗାନ୍ତୁ। ଏହାଦ୍ୱାରା ଶନି ଓ ମଙ୍ଗଳଙ୍କ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଆପଣାଇଲେ ଏହି ସରଳ ଉପାୟ ; ଧନର ହେବ ନାହିଁ ଅଭାବ
Popular Categories



