www.samajalive.in
Monday, December 8, 2025
27.1 C
Bhubaneswar

କନ୍ୟାର ଇଚ୍ଛା ପୁରା କଲା ବର ; ଉଡି ଉଡି ଗଲେ ଶାଶୁଘର

କରୌଲି: ଅନେକ ସମୟରେ ବିବାହ ହେଉ ଅଥବା ଅନ୍ୟାନ୍ୟ ବହୁ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥାଏ। ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ନିଆରା ବିବାହର ଭିଡିଓ ବେଶ ଭାଇରାଲ ହେଉଛି। ଲୋକେ ଏହାକୁ ଦେଖି ଖୁସି ବ୍ୟକ୍ତ କରିବା ସହ ଅନେକ ମତାମତ ମଧ୍ୟ ଦେଉଛନ୍ତି। ଏହି ନିଆରା ବିବାହ ରାଜସ୍ଥାନର କରୌଲିରେ ଦେଖିବାକୁ ମିଳିଛି। ଜଣେ ବର  କନ୍ୟାଙ୍କୁ ବିବାହ କରି ନିଜ ଗାଁକୁ କାର ନୁହେଁ,ବସ ନୁହେଁ ବରଂ ହେଲିକପ୍ଟରରେ ଆଣିଛନ୍ତି। ହେଲିକପ୍ଟରରେ କନ୍ୟାକୁ ଦେଖିବା ପାଇଁ ଲୋକଙ୍କ ବେଶ ଭିଡ ମଧ୍ୟ ଜମିଥିଲା। ଗାଁ ଲୋକେ ପହଞ୍ଚି ସେଠାରେ ନବବିବାହିତ ପତି ପତ୍ନୀଙ୍କୁ ଖୁବ ସ୍ୱାଗତ କରିଥିଲେ। କାର ଭଳି ହେଲିପ୍ଟରରକୁ ମଧ୍ୟ ରଙ୍ଗବେରଙ୍ଗର ଫୁଲରେ ସଜା ଯାଇଥିଲା। ଫୁଲରେ ସଜ୍ଜିତ ହେଲିକପ୍ଟରକୁ ଦେଖି ସଭିଏଁ ଆନନ୍ଦିତ ହେବା ସହ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଉକ୍ତ କନ୍ୟାଙ୍କ ଇଚ୍ଛାନୁଯାୟୀ , ବିବାହ ପାଇଁ ତାଙ୍କ ବର ତାଙ୍କ ଘରକୁ ହେଲିକପ୍ଟର ନେଇ ଆସନ୍ତୁ। ଏହାସହ ବିବାହ ପରେ ସେ ହେଲିକପ୍ଟରରେ ନିଜ ଶାଶୁ ଘରକୁ ଯିବେ। କନ୍ୟାଙ୍କ ଇଚ୍ଛାନୁଯାୟୀ, ବର ତାଙ୍କ ପାଇଁ ଫୁଲରେ ସଜାଇ ହେଲିକପ୍ଟର ଆଣିଥିଲେ। ହେଲିକପ୍ଟରକୁ ତଳକୁ ଓହ୍ଲାଇବା ପାଇଁ ଅସ୍ଥାୟୀ ହେଲିପ୍ୟାଡ୍‍ ତିଆରି ହୋଇଥିଲା। ନବଦମ୍ପତି ପହଞ୍ଚିବା ପୂର୍ବରୁ ହେଲିପ୍ୟାଡ୍‍ ନିକଟରେ ଗାଁଲୋକେ ସ୍ୱାଗତ କରିବାକୁ ରହିଥିଲେ।

 

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories