www.samajalive.in
Monday, December 15, 2025
14.1 C
Bhubaneswar

ରାଜନୀତିରେ ଶିଷ୍ଟାଚାରର ଉଜ୍ଜ୍ୱଳ ଦୃଷ୍ଟାନ୍ତ ଜାନକୀବଲ୍ଲଭ: ବିଶ୍ୱଭୂଷଣ

କଟକ : ସାହିତ୍ୟ, ସମାଜସେବା, ସାମ୍ବାଦିକତା, ରାଜନୀତି କ୍ଷେତ୍ରରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ କୃତି ଅନ୍ୟମାନଙ୍କ ପାଇଁ ଉଦାହରଣ। ତାଙ୍କର ମିଷ୍ଟ ବ୍ୟବହାର ଅନ୍ୟ କେଉଁ ରାଜନେତାଙ୍କ ପାଖରେ ଦେଖିବାକୁ ମିଳିବନାହିଁ। ରାଜ୍ୟର ସର୍ବବିଧ ବିକାଶ ପାଇଁ ସେ ସଙ୍କଳ୍ପବଦ୍ଧ ଥିଲେ। ରାଜନୀତିରେ ସେ ଶିଷ୍ଟାଚାରର ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମତପ୍ରକାଶ କରିଛନ୍ତି।
ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ପକ୍ଷରୁ ସାରଳା ଭବନଠାରେ ଗୁରୁବାର ଆୟୋଜିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପ୍ରାକ୍ତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବାର୍ଷିକ ଶ୍ରାଦ୍ଧସଭା ଓ ସମ୍ମାନ ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଲେ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ ସହିତ ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ ସ୍ୱର୍ଗତ ପଟ୍ଟନାୟକଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା। ଜାନକୀବାବୁ ସର୍ବଦା ଗଠନମୂଳକ ଓ ପ୍ରାଜ୍ଞମନ୍ତବ୍ୟ ଦେଇ ଓଡ଼ିଶାର ଉନ୍ନତି ପାଇଁ ଚିନ୍ତା କରୁଥିଲେ। ରାଜନୀତିର ଏଭଳି ପ୍ରବାଦପୁରୁଷଙ୍କ ପ୍ରତିମୂର୍ତ୍ତି କଟକ ସହରରେ ପ୍ରତିଷ୍ଠା ହୋଇ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ଜାନକୀବାବୁ ଥିଲେ ଜଣେ ଅନନ୍ୟ ଭଦ୍ର ରାଜନୈତିକ ବ୍ୟକ୍ତିତ୍ୱ। ମାଟି, ମା, ମଣିଷ ପାଇଁ କାର୍ଯ୍ୟ କରିଥିବା ଏଭଳି ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି କଟକରେ ସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଥିଲେ। ସମ୍ମାନିତ ଅତିଥିଭାବେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରି ନିଜର ନିଷ୍ଠା ଓ ସାଧନା ବଳରେ ଜାନକୀ ବାବୁ ଅସାଧାରଣ ସିଦ୍ଧିର ଅଧିକାରୀ ହୋଇପାରିଥିଲେ ବୋଲି ପ୍ରକାଶ କରିଥିଲେ।
ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ସମାଜ’ର ସମ୍ପାଦକ କାନନ ବିହାରୀ ଦାଶ, ସମାଜସେବା ପାଇଁ ପର୍ଶୁରାମ ଦ୍ୱିବେଦୀ ଓ ସାହିତ୍ୟ କ୍ଷେତ୍ରରେ ବୈଷ୍ଣବ ଚରଣ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ନଟବର ଖୁଣ୍ଟିଆଙ୍କ ରଚିତ ପୁସ୍ତକ ‘କୃଷିଚିନ୍ତକ ଜାନକୀବଲ୍ଲଭ’ ଉନ୍ମୋଚିତ ହୋଇଥିଲା। ବିଧାୟକ ଇଂ ମହମ୍ମଦ ମୋକିମ୍‍ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଜାନକୀ ବଲ୍ଲଭଙ୍କୁ ଦକ୍ଷ ରାଜନେତା ଭାବେ ବର୍ଣ୍ଣନା କରିଥିଲେ। ଉପସଭାପତି ଧରଣୀଧର ନାୟକ, ଇଂ ପ୍ରଭାକର ସ୍ୱାଇଁ ଜାନକୀବାବୁଙ୍କ ବହୁବିଧ କୃତିତ୍ୱ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ସାହିତ୍ୟିକ ଡ. ଗୋବିନ୍ଦ ଭୂୟାଁ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରି ଜାନକୀବଲ୍ଲଭଙ୍କୁ ପ୍ରଜ୍ଞାପୁରୁଷ ଭାବେ ଅବତାରଣା କରିଥିଲେ। ଆଇନ୍‍ଜୀବୀ ଇଂ ଆକାଶ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ। ନିରୁପମା ପତି, ମୀରା ବେଉରା ଓ ସଞ୍ଜିତ କୁମାର ପଟ୍ଟନାୟକ ମାନପତ୍ର ପାଠ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories