ରେଙ୍ଗାଲି: ରେଙ୍ଗାଲିରେ ନବଗଠିତ ବୀର ସାଇ କୃଷକ ଉତ୍ପାଦକ ସଂଘର କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରଓାଲା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସଂଘ କାର୍ଯ୍ୟାଳୟ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ସଭାପତି ସୁଶିଲ ବାରିକ ସଭାପତିତ୍ୱ କରିଥିବା ବେଳେ ପୂର୍ବତନ ବିଧାୟକ ଦୁର୍ଯୋଧନ ଗଡ଼଼ିର୍ଆ, ରେଙ୍ଗାଲି କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର ଏବଂ ଅନ୍ତର୍ଯ୍ୟାମୀ ପାଣି ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସଂଘର ମୁଖ୍ୟ କାର୍ଯ୍ୟାକାରୀ ଅଧିକାରୀ ଧବଳେଶ୍ୱର ମାହାଣା ପରିଚୟ ପ୍ରଦାନ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ଇଂ ଗାନ୍ଧି ବେହେରା, ସମିତି ସଭ୍ୟ ଜିତେନ୍ଦ୍ର ପଣ୍ଡା, ଚମ୍ପେଶ୍ୱର ଅଗ୍ରଓାଲା ପ୍ରମୁଖ ବହୁ ବ୍ୟକ୍ତି ଯୋଗ ଦେଇଥିଲେ। ଶେଷରେ ପୂର୍ବତନ ସରପଞ୍ଚ ମୁରାରୀ ପ୍ରସାଦ ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



