www.samajalive.in
Sunday, December 14, 2025
14.1 C
Bhubaneswar

ରେଙ୍ଗାଲିରେ ଆୟୁଷ୍ମାନ ଭାରତ ଗୋଷ୍ଠିସ୍ତରୀୟ ସ୍ୱାସ୍ଥ୍ୟ ମେଳା, ୯୨୧ ପଞ୍ଜିକୃତ

ରେଙ୍ଗାଲି: ଆଜାଦୀ କି ଅମୃତ୍‍ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତଣାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ପ୍ରାଥମିକ ସ୍ୱସ୍ଥ୍ୟ କେନ୍ଦ୍ର ପରିସରରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ନାଉରି ନାଏକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ୱାସ୍ଥ୍ୟ ମେଳାକୁ ଉଦ୍‍ଘାଟନ କରିଥିଲେ।

ଉଦଘାଟନୀ ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅଶୋକ ଦାଶ, ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରଓାଲା, ଉପାଧ୍ୟକ୍ଷ ସ୍ୱାତୀ ବେହେରା, ବ୍ଲକ ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁ, ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡା. ଆଶିଷ ମାଝି, ଜିଲ୍ଲା ପରିଷଦ ସଭ୍ୟା ଚୋଳଶ୍ରୀ ମହାନନ୍ଦ ସାଂସଦ ପ୍ରତିନିଧି ଯୁଗଳ କିଶୋର ଅଗ୍ରଓାଲା, ସମନ୍ୱିତ ଶିଶୁ ବିକାଶ ଅଧିକାରୀ ନିଳାବତି ନାଗ, ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗ ଏବଂ ରେଙ୍ଗାଲି ଅଞ୍ଚଳରେ ଥିବା ସମସ୍ତ ଶିଳ୍ପାନୁଷ୍ଠାନର ଅଧିକାରୀ ଓ ଜିଲ୍ଲାରୁ ଆସିଥିବା ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ସ୍ୱାସ୍ଥ୍ୟ ମେଳାରେ ପଞ୍ଜିକୃତ ହୋଇଥିବା ୯୨୧ ଜଣ ରୋଗୀଙ୍କ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରଯାଇ ଆବଶ୍ୟକ ପରାମର୍ଶ ଦିଆଯିବା ସହିତ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ରୋଗ ବିଶେଷଜ୍ଞ, କର୍ଣ୍ଣ, ନାସା ଓ ଗଳା ରୋଗ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଚକ୍ଷୁ ଏବଂ ଭେଷଜ ବିଶେଷଜ୍ଞ ଆଦି ବିଭାଗର ଡାକ୍ତର ଯୋଗଦେଇ ରୋଗୀମାନଙ୍କ ଚିକିତ୍ସା କରିଥିଲେ।

- Advertisement -

ଆୟୁଷ୍ମାନ ଭାରତ ଯୋଜନା ଅନୁଯାୟୀ ଏହି ସ୍ୱାସ୍ଥ୍ୟ ମେଳାରେ ଯୋଗ, ଭୌତିକ ଚିକିତ୍ସା ଏବଂ ଅସଂକ୍ରାମକ ରୋଗ ପ୍ରତି ବେଶୀ ଗୁରୁତ୍ୱ ଦିଆଯାଇଥିଲା। ବ୍ଲକ ପ୍ରୋଗ୍ରାମ ଅଫିସର ଆଲୋକଚନ୍ଦ୍ର ବେହେରା, ପି.ଏଚ୍‍ ଇ.ଓ ଯଦୁମଣୀ ଗନିକ. ବି.ଡିଏମ୍‍ ଶେଖ୍‍ ଗୟାସୁଦ୍ଧିନ, ବିଏ.ଏମ୍‍ ଲୋକନାଥ ଭାଇନା, ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ବାବୁଖୁଣ୍ଡା ଏବଂ କତରବଗା ପ୍ରାଥମିକ ଚିକିତ୍ସା କେନ୍ଦ୍ର ର ସମସ୍ତ କର୍ମଚାରୀ, ବ୍ଲକର ସମସ୍ତ ଆଶା ଓ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ସ୍ୱାସ୍ଥ୍ୟ ମେଳା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ସ୍ୱାସ୍ଥ୍ୟ ମେଳାକୁ ଆସିଥିବା ସମସ୍ତଙ୍କ ପାଇଁ ପିଇବା ପାଣି, ଦହି ସରବତ, ଜଳଖିଆ ଏବଂ ଭୋଜନର ବ୍ୟବସ୍ଥା କରାଯାଇଥିଲା।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories