www.samajalive.in
Monday, December 15, 2025
15.1 C
Bhubaneswar

ବିଜ୍ଞାନ ମାଧ୍ୟମରେ ସମାଜର ବିକାଶ ସାଧିତ ହୋଇଥାଏ:ରାଜ୍ୟପାଳ

ରାଜଗାଙ୍ଗପୁର: ସତ୍ୟର ଅନୁସନ୍ଧାନ ହିଁ ବିଜ୍ଞାନ। ବିଜ୍ଞାନ ମାଧ୍ୟମରେ ସମାଜର ବିକାଶ ସାଧିତ ହୋଇଥାଏ। ବିଜ୍ଞାନକୁ ବିନାଶରେ ନୁହେଁ ବିକାଶରେ ବ୍ୟବହାର କରାଯିବା ଉଚିତ। ଧ୍ୱଂସ ପାଇଁ ମିସାଇଲ ତିଆରି କରିବା ପରିବର୍ତ୍ତେ ବିକାଶ ମିସାଇଲ ତିଆରି କରିବା ଦରକାର। ଏହା କେବଳ ଭାରତ ହିଁ କରି ପାରିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି।

ଡ. ନୀଳାଞ୍ଚଳ ସାହୁଙ୍କର ପ୍ରଥମ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଯେ ସ୍ୱର୍ଗୀୟ ଡକ୍ଟର ନୀଳାଚଳ ସାହୁ ଏକ ବିରଳ ବ୍ୟକ୍ତିତ୍ୟର ଅଧିକାରୀ, ଯିଏ ବିଜ୍ଞାନକୁ ଦେଶର ବିକାଶ ପାଇଁ ବ୍ୟବ୍ୟହାର କରୁଥିଲେ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆମର ଜୀବନକୁ ସୁରକ୍ଷିତ ରଖିଥାଏ। ଏହାସହିତ ବିଜ୍ଞାନ ଆମ ଜୀବନକୁ ଦୀର୍ଘଜୀବୀ ରଖିବାରେ ସହାୟକ ହୋଇଥାଏ। ବିଜ୍ଞାନକୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସଂପ୍ରସାରିତ କରି ଏକ ସୁସ୍ଥ ସମୃଦ୍ଧଶାଳୀ ସମାଜ ଗଠନ କରିବାକୁ ରାଜ୍ୟପାଳ ଆହ୍ବାନ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories