www.samajalive.in
Sunday, December 14, 2025
19.1 C
Bhubaneswar

ଶ୍ରୀଜଗନ୍ନାଥ ଐତିହ କରିଡର୍‌ କାର୍ଯ୍ୟର ପ୍ରଶଂସା କଲେ ପରିବହନ ପର୍ଯ୍ୟଟନ ଏବଂ ସଂସ୍କୃତି ସମ୍ବନ୍ଧୀୟ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ

ଭୁବନେଶ୍ୱର : ପରିବହନ ପର୍ଯ୍ୟଟନ ଏବଂ ସଂସ୍କୃତି ସମ୍ବନ୍ଧୀୟ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଟିଜି ଭେଙ୍କଟେଶଙ୍କ ସହ କମିଟିର ୧୫ ଜଣିଆ ସଦସ୍ୟ ରାଜଧାନୀ ଭୁବନେଶ୍ୱରରେ ପରିବହନ ଏବଂ ପର୍ଯ୍ୟଟନ ବିଷୟରେରେ ଏଥି ସହ ଜଡିତ ବିଭିନ୍ନ ସଂସ୍ଥା ସହ ଆଲୋଚନା କରିଛନ୍ତି । ବୈଠକରେ ରାଜ୍ୟ ସଡକ ପରିବହନ ବିଭାଗର ଅଧିକାରୀ ଏବଂ ପାରାଦୀପ ବନ୍ଦରର କର୍ତ୍ତୃପକ୍ଷ ଅଂଶଗ୍ରହଣ କରିଥିଲେ । ରାଜପଥମାନଙ୍କରେ ଥିବା ବ୍ଲାକ୍‌ ସ୍ପଟ୍‌, ସର୍ଭିସ୍‌ ତଥା ସଂଯୋଗୀ କରଣ ରାସ୍ତା , ସଡକ ପଥରେ ସୁରକ୍ଷା ବିଷୟରେ ଏହି ବୈଠକରେ ମୁଖ୍ୟତଃ ଆଲୋଚନା ହୋଇଥିଲା ।

ପରିବହନ ପର୍ଯ୍ୟଟନ ଏବଂ ସଂସ୍କୃତି ସମ୍ବନ୍ଧୀୟ ସଂସଦୀୟ ସ୍ଥାୟୀ କମିଟିର ସଦସ୍ୟମାନେ ପୁରୀ ଗସ୍ତ କରିଥିଲେ । ସେଠାରେ ଚାଲିଥିବା ଶ୍ରୀଜଗନ୍ନାଥ ଐତିହ୍ୟ କରିଡର୍‌ କାର୍ଯ୍ୟକୁ ସମିତିର ଅଧ୍ୟକ୍ଷଙ୍କ ସହ ସଦସ୍ୟମାନେ ପ୍ରଶଂସା କରିଛନ୍ତି । ବିକାଶ କାର୍ଯ୍ୟ ସହ ରାଜ୍ୟ ସରକାର ଐତିହସ୍ଥଳର ସଂରକ୍ଷଣ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଛନ୍ତି। ଏଥିରେ ସ୍ଥାନୀୟଲୋକଙ୍କୁ ସାମିଲ କରିବା ଓ ସେମାନଙ୍କୁ ଐତିହର ସରଂକ୍ଷଣ ପାଇଁ ସଚେତନ କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ।

- Advertisement -

ଓଡିଶାର ପ୍ରଶଂସା କରିବା ସହ ଏଠାରେ ପର୍ଯ୍ୟଟନର ବିକାଶର ଅପାର ସୁଯୋଗ ରହିଛି ବୋଲି କମିଟିର ସଦସ୍ୟମାନେ ସୂଚନା ଦେଇଛନ୍ତି। ରାଜ୍ୟରେ ଅନେକ ପ୍ରାକୃତିକ ଏବଂ ଐତିହ ସ୍ଥଳ ରହିଛି, ରାଜ୍ୟ ସରକାର ଏହାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶର ଅନ୍ୟରାଜ୍ୟମାନଙ୍କ ଅପେକ୍ଷା ଓଡିଶା ସରକାର ଏ ଦିଗରେ ବେଶ୍‌ ଭଲ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସଦସ୍ୟମାନେ ମତ ଦେଇଛନ୍ତି ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories