ରାଜ୍ୟରେ ପଛେଇଛି ଟିକାକରଣ
ଭୁବନେଶ୍ୱର ; ରାଜ୍ୟରେ ପଛେଇଛି ଟିକାକରଣ। ପାଖାପାଖି ୧୩ ଲକ୍ଷ ବରିଷ୍ଠ ନାଗରିକ ନେଇ ନାହାନ୍ତି, ଦ୍ବିତୀୟ ଓ ପ୍ରତିଷେଧାତ୍ମକ ପାନ ଟିକା । ୬ ଲକ୍ଷ ୪୩ ହଜାର ୪୫୦ ଜଣ ଦ୍ବିତୀୟ ପାନ ନେଇ ନ ଥିବାବେଳେ ୬ ଲକ୍ଷ ୪୭ ହଜାର ୫୧ ପ୍ରତିଷେଧାତ୍ମକ ପାନ ଟିକା ନେଇ ନାହାନ୍ତି । ଯାହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଗତ ୭ ତାରିଖରେ ଚିଠି ଲେଖା ଯାଇ ଟିକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିବାକୁ ନିର୍ଦେଶ ଦିଆଯାଇଥିଲା । ଏନେଇ ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଯସ୍ମିନ ପଟ୍ଟନାୟକ ଜାତୀୟ ସ୍ବାସ୍ଥ୍ୟ ମିଶନ ପରିଚାଳନା ନିର୍ଦେଶକ, ସମସ୍ତ ମ୍ୟୁନିସିପାଲ ଆୟୁକ୍ତ, ଜିଲାପାଳ ଓ ସିଡିଏମଓଙ୍କୁ ଚିଠି ଲେଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦେଶ ମାନିବାକୁ ଏବଂ ଟିକାକରଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ କୁହାଯାଇଛି।
Comments are closed.