ଚକୋଲେଟ୍‍ ଲସି

ଖରାଦିନେ ଲସିର ଚାହିଦା ଖୁବ ଅଧିକ। ସଭିଁଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଲସି ପସନ୍ଦ। ତେବେ ଚକୋଲେଟ୍‍ ଲସି ପ୍ରସ୍ତୁତ କରି ପିଅନ୍ତୁ ଓ ଏହାର ମଜା ନିଅନ୍ତୁ।
ଆବଶ୍ୟକ ସାମଗ୍ରୀ
ଦହି – ୨କପ
ଚକୋଲେଟ୍‍ ସିରପ – ୨ ଚାମଚ
ଅଧକପ – ଚକୋଲେଟ୍‍ ଖଣ୍ଡ
ଚିନି – ୨ ଚାମଚ
୪ ରୁ ୫ ଖଣ୍ଡ ବରଫ ଖଣ୍ଡ
ପ୍ରସ୍ତୁତି ପ୍ରଣାଳୀ – ଚକୋଲେଟ୍‍ ଲସି ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ଦହି ଓ ଚିନି ଭଲ ଭାବେ ମିଶାଇ ଏଥିରେ ଚକୋଲେଟ୍‍ ଖଣ୍ଡ ଓ ସିରପ ପକାଇ ପେଷି ଦିଅନ୍ତୁ। ପୁଣି ବରଫ ଖଣ୍ଡ ପକାଇ ଭଲ ଭାବେ ପେଷି ଦିଅନ୍ତୁ। ଏହାକୁ ଏକ ଗ୍ଲାସକୁ କାଢି ଅଳ୍ପ ଚକୋଲେଟ୍‍ ଖଣ୍ଡ ଓ ବରଫ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚକୋଲେଟ୍‍ ଲସି।

 

Comments are closed.