www.samajalive.in
Wednesday, December 10, 2025
16.1 C
Bhubaneswar

କାର୍ଯ୍ୟରେ ମାସମାସ ଧରି ଅନୁପସ୍ଥିତ ରହୁଛନ୍ତି ପୌର ଅଧିକାରୀ; ଉପସ୍ଥାନ ରେଜିଷ୍ଟରରେ ଗାର ପକାଇଲେ ଉପନଗରପାଳ

ଦେବଗଡ଼: ବିନା ଛୁଟିରେ ଦେବଗଡ଼ ପୌର ପରିଷଦର ଅଧିକାରୀ ଓ କର୍ମଚାରୀମାନେ ମାସମାସ ଧରି କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି। କେବଳ ଏତିକି ନୁହେଁ, ସେମାନେ ମାସରେ ପନ୍ଦର ଦିନରେ ଥରେ କର୍ଯ୍ୟାଳୟକୁ ଆସି ଅନ୍ୟାୟୋଚିତ ଭାବେ ଉପସ୍ଥାନ ରେଜିଷ୍ଟରରେ ଦସ୍ତଖତ କରିବାସହ ପୁରା ଦରମା ଉଠାଉଛନ୍ତି। ଏକଥା ଜଣାପଡିବା ପରେ ଆଜି ଦେବଗଡ ପୌର ପରିଷଦର ନବ ନିର୍ବାଚିତ ଉପନଗରପାଳ ପ୍ରଜିତ କୁମାର ଭୋଜ ଓ ୬ ନମ୍ବର ୱାର୍ଡର ସ୍ୱାଧୀନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା କ୍ଷୋଭ ପ୍ରକାଶ କରିଛନ୍ତି। ପୂର୍ବରୁ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ସତ୍ୱେ ପରେ ରେଜିଷ୍ଟରରେ ଦସ୍ତଖତ କରିଥିବା କେତେକ ନିର୍ଦ୍ଦିଷ୍ଟ ଅସାଧୁ କର୍ମଚାରୀଙ୍କୁ ମଧ୍ୟ ଉଭୟେ ତାଗିଦ କରିଥିବା ଜଣାପଡିଛି। ଏପରିକି ସେମାନେ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଉପସ୍ଥାନ ରେଜିଷ୍ଟର ଯାଞ୍ଚ କରିବା ପରେ ମାସମାସ ଧରି କର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବା ଜଣେ କର୍ମଚାରୀଙ୍କ ଦସ୍ତଖତ ନଥିବାରୁ ସେହି ଖୋଲା ସ୍ଥାନରେ ଉପନଗରପାଳ ଶ୍ରୀ ଭୋଜ ଗାର ପକାଇ ‘ଅନୁପସ୍ଥିତ’ ବୋଲି ଉଲ୍ଲେଖ କରିବା ସହ ନିଜେ ଦସ୍ତଖତ କରିଥିଲେ। ଏହି ସମୟରେ ୧୧ ନମ୍ବର ୱାର୍ଡର ବିଜେପି କାଉନଶିଲର କାର୍ତୀକ ମହାକୁଳ ମଧ୍ୟ ସେଠାରେ ପହଞ୍ଚି ସେମାନଙ୍କ ସହ ସ୍ୱର ମିଳାଇଥିଲେ। ମାସମାସ ଧରି କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବା ସମ୍ପୃକ୍ତ କର୍ମଚାରୀ ଜଣକ ପରିବର୍ତ୍ତୀ ସମୟରେ ଉପସ୍ଥାନ ରେଜିଷ୍ଟରରେ ଦନ୍ତଖତ କରିବାର ଆଶଙ୍କା ଥିବାରୁ ସେ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଥିବା ପ୍ରକାଶ କରିଛନ୍ତି। ଯାହାକି ଅନୁପସ୍ଥିତ ରହି ଦରମା ଉଠାଉଥିବା ପୌର ପରିଷଦ ଅଧିକାରୀ/କର୍ମଚାରୀମାନଙ୍କ ମଧ୍ୟରେ ଭାଳେଣି ସୃଷ୍ଟି କରିଛି। ଯୁବ ଉପନଗରପାଳ ଓ ଯୁବ କାଉନସିଲରମାନଙ୍କ ଏଭଳି ପଦକ୍ଷେପକୁ ସହରର ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

 

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories