www.samajalive.in
Monday, December 8, 2025
24.1 C
Bhubaneswar

ଏଏନଏମ୍ ସେଣ୍ଟର ମରାମତି ଏବଂ ପ୍ରାଚୀର ନିର୍ମାଣରେ ଅର୍ଥ ବାଟମାରଣା ଅଭିଯୋଗ 

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଚନ୍ଦ୍ରଶେଖରପୁରଠାରେ ଥିବା ଏଏନଏମ୍ ସେଣ୍ଟର ମରାମତି ଏବଂ ପ୍ରାଚୀର ନିର୍ମାଣ ପାଇଁ୨୦୨୦-୨୧ଆର୍ଥିକ ବର୍ଷରେ ୫ମ ସିଏଫସି ଅନଟାଏଡ଼ ଫଣ୍ଡରୁ ୨ ଲକ୍ଷ ୧୦ହଜାର ଟଙ୍କା ଆସିଥିବାବେଳେ କାର୍ଯ୍ୟ ଆଦୌ କରା ନଯାଇ କେବଳ ରଙ୍ଗ ମାରି ବାକି ଅର୍ଥ ବାଟମାରଣା କରାଯାଇଥିବା ଅଭିଯୋଗ ହୋଇଛି । ଏହି କାର୍ଯ୍ୟର କାର୍ଯ୍ୟାଦେଶ ବିଭାଗୀୟ କର୍ମଚାରୀଙ୍କ ନାମରେ ରହିଥିଲା । ଉକ୍ତ ଏଏନଏମ୍ ସେଣ୍ଟରଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ଯୋଗୁଁ କେହି ସେଠାରେ ରହିପାରୁନାହାନ୍ତି । ସେହି ଅର୍ଥରେ ଘରଟିର କୌଣସି କାମ ନହେବା ଯୋଗୁଁ ଏବଂ ଉକ୍ତ ଘରେ ପାଣି ଗଳୁଛି ଏବଂ ଏଠାରେ ପାଣି ସମସ୍ୟା ଲାଗି ରହିଥିବାରୁ ଏଏନଏମ୍ ସବିତା ପ୍ରଧାନ ଏଏନଏମ୍ ସେଣ୍ଟରରେ ନରହି ବୋତଳମାରେ ଘର ଭଡା ନେଇ ରହୁଥିଲେ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତାଙ୍କ ଅନୁପସ୍ଥିତିକୁ ନେଇ ସମସ୍ୟା ଦେଖା ଦେବାରୁ ସିକୋ ଗ୍ରାମର କିଛି ଭଦ୍ରବ୍ୟକ୍ତି ତାଙ୍କୁ ସିକୋରେ ରହିବା ପାଇଁ କହିବାରୁ ସେ ଏବେ ଅବହେଳିତ ଅବସ୍ଥାରେ ପଡିଥିବା ସ୍ୱାସ୍ଥ୍ୟକେନ୍ଦ୍ରର ଏକ କ୍ୱାର୍ଟରରେ ରହୁଛନ୍ତି । ସେଠାରେ ମଧ୍ୟ ପାଣି ଏବଂ ବିଜୁଳିର ଅସୁବିଧା ଲାଗି ରହିଛି । ଜାନୁଆରୀ ୯ ତାରିଖରେ ଏଠାରେ ଜଣେ ସିଏଚଓ ଅର୍ପିତା ରଥ ଯୋଗ ଦେଇଥିବାବେଳେ ଏଠାରେ ରହିବାର ସୁବିଧା ନଥିବାରୁ ସେ ବାଧ୍ୟ ହୋଇ ହୀରାପୁର ପଞ୍ଚାୟତ ଅନ୍ତର୍ଗତ ରାୟମୂଳ ଗ୍ରାମରୁ ଯିବା ଆସିବା କରୁଛନ୍ତି । ଏହି ଅର୍ଥ ବାଟମାରଣା ସମ୍ପର୍କରେ ସରପଞ୍ଚ ସନ୍ତୋଷୀ ରାୟ ଆଜି ବ୍ଲକରେ କନିଷ୍ଠ ଯନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ହୋଇଥିବାର ଜଣାପଡିଛି । ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହିଭଳି କାମ ନକରି ଲକ୍ଷ ଲକ୍ଷ ଟଙ୍କା ଚଳୁ ହେଉଛି । କିନ୍ତୁ ତା’ ଉପରେ ତଦନ୍ତ କରାଯାଇ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଦୃଷ୍ଟାନ୍ତ ଦେଖିବାକୁ ମିଳିନାହିଁ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories