www.samajalive.in
Wednesday, December 10, 2025
16.1 C
Bhubaneswar

କ୍ଳଷ୍ଟରସ୍ତରୀୟ ମୌଳିକ ସାକ୍ଷରତା ଓ ଗଣିତ ଜ୍ଞାନ ଓରିଏଣ୍ଟସନ ମିଶନ ଅନୁଷ୍ଠିତ

କଣ୍ଟାବାଞ୍ଜି: ସାରା ରାଜ୍ୟରେ କରୋନା ଯୋଗୁଁ ଦୁଇବର୍ଷ ବିଦ୍ୟାଳୟ ବନ୍ଦ ପରେ ସରକାରଙ୍କ ନିଷ୍ପତ୍ତି କ୍ରମେ ବର୍ତ୍ତମାନ ସମସ୍ତ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ ପାଇଁ ଆସୁଛନ୍ତି। ହେଲେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ମୌଳିକ ସାକ୍ଷରତା ଓ ଗଣିତ ଜ୍ଞାନ ବଢାଇବା ପାଇଁ ହିଁଆଲ କ୍ଳଷ୍ଟରର ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଜନପ୍ରତିନିଧିମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଛି। ଉନ୍ନିତ ଉଚ୍ଚ ବିଦ୍ୟାଳୟ, ଚଟୁଅନକାରେ ଶିକ୍ଷକ ବ୍ରଜ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଚଟୁଅନକା ସରପଞ୍ଚ ଜ୍ଞାନ ରଂଜନ ତାଣ୍ଡି, ବୁରୋମାଲ ସରପଞ୍ଚ ଜଗନ୍ନାଥ ନାଗ ଯୋଗ ଦେଇଥିଲେ। ସର୍ବ ପ୍ରଥମେ ମା’ ସରସ୍ବତୀଙ୍କ ଫଟୋଚିତ୍ରରେ ପୁଷ୍ପ, ଧୂପ ଅର୍ପଣ କରାଯାଇଥିଲା। ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସାଧନକର୍ମୀ ବିରଞ୍ଚି ନାରାୟଣ ଦାଶ ସ୍ୱ।ଗତ ଅଭିଭାଷଣ ଦେବା ସହିତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପରବର୍ତ୍ତୀ ସମୟରେ ସିଆରସିସି ଅମରେନ୍ଦ୍ର କୁମାର ବାଗ କିପରି କାର୍ଯ୍ୟକ୍ରମ ପାଇଁ କାଗଜପତ୍ର ପ୍ରସ୍ତୁତ କରିବାକୁ ହେବ ତା’ ଉପରେ ଆଲୋଚନା କରିଥିଲେ। ସାଧନକର୍ମୀ ବିରଞ୍ଚି ନାରାୟଣ ଦାଶ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ସହିତ ବନ୍ଧୁତା ସ୍ଥାପନ କଲେ ସେମାନଙ୍କୁ ଶିକ୍ଷା ମନସ୍କ କରିହୁଏ ତେଣୁ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ଜଣେ ଭୁତପୂର୍ବ ଭିନ୍ନକ୍ଷମ ଛାତ୍ର ଚକ୍ରଧର ମାଝୀର ଉଦାହରଣ ଦେବା ସହିତ ତାଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ କଥାବାର୍ତ୍ତା କରେଇଥିଲେ। ପରିଶେଷରେ ଶିକ୍ଷୟିତ୍ରୀ ପୁଷ୍ପା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟ ଶୋଭା ରଣା, ଶିକ୍ଷକ ସୌରଭ ବେହେରା, କିଶୋର ବରିହା, ଡିଙ୍ଗର ତାଣ୍ଡି ଆଦି ସହଯୋଗ କରିଥିଲେ।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories