www.samajalive.in
Monday, December 15, 2025
26.1 C
Bhubaneswar

ଏପରି ପିଉଛନ୍ତି କି ଥଣ୍ଡା ପାଣି ? ସାବଧାନ….

ବର୍ତ୍ତମାନ ପ୍ରବଳ ଖରାର ପ୍ରକୋପ ସହ ଅସହ୍ୟ ଗରମ ଅନୁଭବ ହେଉଛି। ଏହି ସମୟରେ ଅଧିକ ଶୋଷ ଲାଗିବା ସାଧାରଣ କଥା। ଏହାସହ ଏହି କାରଣୁୁ ସଭିଏଁ ବିିଭିନ୍ନ ପ୍ରକାର ଥଣ୍ଡା ଓ ମୃଦୁ ପାନୀୟ ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି। ଅନେକ ସମୟରେ ଏପରି ଦେଖାଯାଏ, ଖରାରୁ ଆସି ବହୁ ଲୋକେ ସିଧାସଳଖ ଫ୍ରିଜରୁ ପାଣି କାଢି ପିଇ ଥାଆନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।
ଥଣ୍ଡା ପାଣି ପିଇବା ମାତ୍ରେ ସଙ୍ଗେ ସଙ୍ଗେ ଶାନ୍ତି ଅନୁଭବ ହୋଇଥିଲେ ମଧ୍ୟ, ମାତ୍ର ଏହାଦ୍ୱାରା ଶରୀରରେ ଅନେକ ରୋଗ ସୃଷ୍ଟି ହୋଇଥାଏ।
ଅଧିକ ଥଣ୍ଡାପାଣି ପିଇବା ଦ୍ୱାରା ଶରୀରରେ ଚର୍ବି ଜମାଟ ବାନ୍ଧି ରହିବା ସହ ଓଜନ ହ୍ରାସ ହେବାରେ ବାଧା ସୃଷ୍ଟି ହୋଇଥାଏ।
ଶରୀରର ଅଧିକ କାମ କରିବାର କ୍ଷମତା ହ୍ରାସ ପାଇଥାଏ।
ଥଣ୍ଡା ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ହୋଇଥାଏ।
ଥଣ୍ଡାପାଣି ପିଇବା ଦ୍ୱାରା ହଜମ କ୍ରିୟା ଉପରେ କୁପ୍ରଭାବ ପକାଇଥାଏ। ଖାଦ୍ୟ ହଜମ କରିବାରେ ସମସ୍ୟା ହୋଇଥାଏ।
ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରରେ ଜଳୀୟଅଂଶ ଅଭାବର ସମସ୍ୟା ମଧ୍ୟ ଦେଖା ଦେଇଥାଏ।
ଏହି ପାଣି ପିଇବା ଦ୍ୱାରା ଗଳାରେ ସଂକ୍ରମଣ ସୃଷ୍ଟି ହୋଇଥାଏ। ଫଳରେ କାଶ ଓ ଅନ୍ୟାନ୍ୟ ଗଳା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଥଣ୍ଡା ପାଣି ପିଇବା ଦ୍ୱାରା ମସ୍ତିଷ୍କ ଶିରା ଉପରେ କୁପ୍ରଭାବ ପଡିଥାଏ। ଫଳରେ ମୁଣ୍ଡ ବିନ୍ଧା ହୋଇଥାଏ।
ଏହାସହ ଥଣ୍ଡା ପାଣି ପିଇବା ସମୟରେ ସର୍ବଦା ସିଧାସଳଖ ଭାବେ ନ ପିଇ ସାଧା ପାଣି ମିଶାଇ ପିଅନ୍ତୁ।

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories