www.samajalive.in
Sunday, December 7, 2025
26.1 C
Bhubaneswar

ଐତିହାସିକ ଚନ୍ଦନ ଯାତ୍ରା ପାଇଁ ଆସିଲା ଡଙ୍ଗା

ଗଞ୍ଜାମ: ଗଞ୍ଜାମ ସହରରେ ହେବାକୁ ଥିବା ମଦନ ମୋହନ ଗୋପାଳ ସ୍ୱାମୀଙ୍କ ୨୧ଦିନିଆ ଐତିହାସିକ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଚାଲିଥିବା ଦେଖିବାକୁ ମିଳିଛି । ଆସନ୍ତା ତିନି ତାରିଖ ଅକ୍ଷୟ ତୃତୀୟାରୁ ଏହି ଯାତ୍ରା ଆରମ୍ଭ ହେବ । ସେଥିପାଇଁ ଠାକୁରଙ୍କ ଚାପ ଖେଳିବା ପାଇଁ ପ୍ରାଥମିକ ଭାବେସୋମବାର ଦିନ ଚାରୋଟି ଡଙ୍ଗା ଅଣାଯାଇଥିଲା । ପରମ୍ପରା ଅନୁଯାୟୀ ଡଙ୍ଗା ଗୁଡିକ ଦାମଦରପୁର ଗ୍ରାମରୁ ଋଷିକୂଲ୍ୟା ନଦୀରେ ପୂଜା ଅର୍ଚ୍ଚନା କରାଯାଇଥାଏ । ପରେ ଘଣ୍ଟା ତାଳ ମୃଦଙ୍ଗ ବଜେଇ ଗଞ୍ଜାମ ସହର ପରିକ୍ରମାକରି ଶେଷରେ ଚାପ ପୋଖରୀ ନିକଟରେ ରଖାଯାଇ ଥିଲା । ଚଳିତ ବର୍ଷ ଏହି ଯାତ୍ରା ପାଇଁ କମିଟି ପକ୍ଷରୁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories