ଯାଞ୍ଚ ହେବ ବିଦ୍ୟାଳୟ ବସ୍
ଭୁବନେଶ୍ୱର : ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିବହନ କାର୍ଯ୍ୟରେ ନିେୟାଜିତ ବସ ଓ ଅନ୍ୟ ହାଲୁକା ଯାନର ଯାଞ୍ଚ କରିବାକୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ନିର୍ଦେଶ ଦେଇଛନ୍ତି । ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ଯାଞ୍ଚ କରି ୨୮ ସୁଦ୍ଧା ବିବରଣୀ ଦାଖଲ କରିବାକୁ ଏସ୍ଟିଏ ପକ୍ଷରୁ ଜାରି ନିଦେର୍ଶରେ କୁହାଯାଇଛି। ଛାତ୍ରଛାତ୍ରୀ ଯାଉଥିବା ଗାଡିର ଫିଟନେସ୍, ଅନୁମତିପତ୍ର ବୀମା ଆଦିର ଯାଞ୍ଚ ହେବ। ଧାର୍ଯ୍ୟ ନିୟମଠାରୁ ଅଧିକ ପିଲାଙ୍କୁ ନେଉଥିଲେ ଜରିମାନା କରାଯିବ।
ସୂଚନାେଯାଗ୍ୟ ଯେ ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ବହୁ ପୁରୁଣା ଗାଡ଼ିରେ ପରିବହନ କରାଯାଉଛି ଓ ବହୁ ଗାଡ଼ିର କାଗଜପତ୍ର ମଧ୍ୟ ଠିକ୍ ନ ଥିବା ଅଭିଯୋଗ ହୋଇଛି । କେତେକ କ୍ଷେତ୍ରରେ ଏପରି ଗାଡି ଦୁର୍ଘଟଣାଗ୍ରସ୍ତ େହଲା ପରେ ସମସ୍ତ କଥା ଜଣାପଡୁଛି। ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି।
Comments are closed.