ମହାନଦୀ ବନ୍ଧ ଉଚ୍ଚା କରିବା ପାଇଁ ଦାବି

ଚୌଦ୍ୱାର:  ମହାନଦୀ କୂଳରେ ଅବସ୍ଥିତ କୟଳପଡ଼ା ପଞ୍ଚାୟତରେ ଚାଲିଥିବା ମହାନଦୀ ବାମପାଖ ତଟର ଅବକ୍ଷୟ ସୁରକ୍ଷା କାର୍ଯ୍ୟ ନିମ୍ନ ମାନର ହେଉଥିବା ଓ ଏହି କାର୍ଯ୍ୟପାଇଁ ନଦୀ ବନ୍ଧରୁ ମାଟି କାଢିବା ଦ୍ୱାରା ନଦୀ ବନ୍ଧର ଉଚ୍ଚତା ସ୍ଥାନେ ସ୍ଥାନେ ଦେଢ଼ ଫୁଟରୁ ୫ଫୁଟ ପର୍ଯ୍ୟନ୍ତ କମି ଯାଉଥିବାରୁ ବର୍ଷାଦିନରେ ବନ୍ୟାଜଳ ପଞ୍ଚାୟତର ଡିହସାହି ଗ୍ରାମରେ ପଶିବାର ଆଶଙ୍କା ଦେଖା ଦେଇଛି ବୋଲି ପଞ୍ଚାୟତର ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଅଭିଯୋଗ କରାଯାଇଛି । ପରିଷଦ ତରଫରୁ ଏସଂକ୍ରାନ୍ତରେ ଏକ ପତ୍ର ମହାନଦୀ ଉତ୍ତର ଡିଭିଜନ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇ ଜୁନ୍ ମାସ ପୂର୍ବରୁ ପଞ୍ଚାୟତରେ ଥିବା ନଦୀବନ୍ଧରେ ମାଟି ପକାଇ ଉଚ୍ଚ କରିବା ପାଇଁ ଦାବି କରାଯାଇଛି ।ନଦୀ ବନ୍ଧ ଉଚ୍ଚା ନକଲେ ନଦୀ କୁଳରେ ବାସ କରୁଥିବା ହଜାର ହଜାର ସଂଖ୍ୟାରେ ଗ୍ରାମବାସୀ ବନ୍ୟାର ଶୀକାର ହେବେ ବୋଲି ପତ୍ରରେ ଉଲ୍ଲେଖ କରାଯାଇ ଦାବି ପୂରଣ ନହେଲେ ପରିଷଦ ଚରଫରୁ ଆଇନର ଆଶ୍ରୟ ନିଆଯିବ ବୋଲି ପରିଷଦର ସଭାପତି ରଶ୍ମୀ ରଞ୍ଜନ ପ୍ରଧାନ, ସମ୍ପାଦକ ହର୍ଚ୍ଚନ ପାତ୍ର, ପ୍ରକାଶ ଚନ୍ଦ୍ର ମଲ୍ଲିକ, ମହେଶ୍ୱର ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି ।

kalyan agarbati

Comments are closed.